ଓଡ଼ିଶା ବଜେଟ୍ ୨୦୨୩: ୩୪, ୫୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ମୋଟ୍ ୩୪,୫୦୦ ଛାତ୍ରଛାତ୍ରୀଙ୍କୁ ଏହି ଏକାଡେମିକ ପୁରସ୍କାର ଦିଆଯିବ । ୧୭ ହଜାର ୧ ଶହ ୧୮ ଜଣ ଛାତ୍ରଛାତ୍ରୀଙ୍କୁ ନେତୃତ୍ୱ ପୁରସ୍କାର ଓ ଦଶମ ବୋର୍ଡ ରେଜଲ୍ଟ ଏବଂ ଆର୍ଥିକ ମାନଦଣ୍ଡ ଆଧାରରେ ମୋଟ ୨ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ ।

ଭୁବନେଶ୍ୱର: ଆଜି ବିଧାନସଭାରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥର ବଜେଟର ମୋଟ୍ ୨ ଲକ୍ଷ ୩୦ ହଜାର କୋଟି ବ୍ୟୟ ଅଟକଳ ହୋଇଛି । ଏହି ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୨୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନେଇ ମଧ୍ୟ ଘୋଷଣା କରିଛନ୍ତି ସରକାର ।
ମୋଟ୍ ୩୪,୫୦୦ ଛାତ୍ରଛାତ୍ରୀଙ୍କୁ ଏହି ଏକାଡେମିକ ପୁରସ୍କାର ଦିଆଯିବ । ୧୭ ହଜାର ୧ ଶହ ୧୮ ଜଣ ଛାତ୍ରଛାତ୍ରୀଙ୍କୁ ନେତୃତ୍ୱ ପୁରସ୍କାର ଓ ଦଶମ ବୋର୍ଡ ରେଜଲ୍ଟ ଏବଂ ଆର୍ଥିକ ମାନଦଣ୍ଡ ଆଧାରରେ ମୋଟ ୨ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ । ସେହିପରି ମାଧ୍ୟମିକ ସ୍କୁଲର ୭୦୦ ଶିକ୍ଷକ, ୪୧୯ ପ୍ରଧାନ ଶିକ୍ଷକ ପୁରସ୍କୃତ ହେବେ । ୫୮ ଜଣ ସିଆରସିସି, ୧୦ ଜଣ ମଣ୍ଡଳ ଶିକ୍ଷା ଅଧିକାରୀ ଓ ୩ ଜଣ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପୁରସ୍କୃତ କରାଯିବ ।
ତେବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନିମନ୍ତେ ୧୩୯ କୋଟି ବ୍ୟୟବରାଦ ହୋଇଛି । ସେହିପରି ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ ସର୍ଭିସ କୋଚିଂ ପାଇଁ ବ୍ୟବସ୍ଥା ହୋଇଛି । ୨ ଶହ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସିଭିଲ ସର୍ଭିସ କୋଚିଂ ଦିଆଯିବ । ପ୍ରବେଶିକା ପରୀକ୍ଷା ଜରିଆରେ ଚୟନ କରାଯିବେ ଶିକ୍ଷାର୍ଥୀ । ମାଗଣା କୋଚିଂ ସହ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା ରହିବ ।
ଅନ୍ୟପଟେ ଏଥର ଓଡ଼ିଶା ବଜେଟ୍ ୨୦୨୩ରେ ମୋ ସ୍କୁଲ ଅଭିଯାନ ପାଇଁ ୮୦୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସେହିପରି 'ମୋ କଲେଜ' ପାଇଁ ୧୭୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଯେଉଁଥିରେ ଲାପଟପ ବଣ୍ଟନ ପାଇଁ ୫୦ କୋଟି ବ୍ୟୟବରାଦ ରହିଛି । ସେହିପରି ୨୦୨୩ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ । ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ବଜେଟରେ ୨୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
ସେପଟେ ଚଳିତ ବର୍ଷ ୬ ହଜାର ୨୫ଟି ଏଲଟିଆର୍ ପଦବୀ ସୃଷ୍ଟି କରାଯିବର ଯୋଜନା ରହିଛି । ମାଧ୍ୟମିକ ସ୍କୁଲରେ ୭୫୪୦ ନିୟମିତ ଶିକ୍ଷକ ନିଯୁକ୍ତ ହେବେ, ୧୭୯୯ କନିଷ୍ଠ ସହାୟକ, ୩୩୫ ପିଜିଟି ନିଯୁକ୍ତି ପାଇବେ । ତେବେ ଚଳିତ ବର୍ଷ ୧୦୬ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯିବ ବୋଲି ଯୋଜନା ରହିଛି ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications