୭୨୯୩ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଆଜି କେବଳ ଶାସନ କ୍ଷେତ୍ରରେ ଆପଣମାନଙ୍କର ଯାତ୍ରାର ଆରମ୍ଭ ନୁହେଁ, ବରଂ ଏହା ଏକ ଅପୂର୍ବ ମୁହୂର୍ତ୍ତ। ଆଜିଠାରୁ ଆପଣମାନଙ୍କର ଏକ ନୂଆ ଯାତ୍ରା ଆରମ୍ଭ ହୋଇଛି। ଆପଣମାନଙ୍କୁ ବ୍ୟକ୍ତିଗତ ଭାବେ ଆର୍ଥିକ ସୁରକ୍ଷା ମିଳିବ। ଏଥି ପାଇଁ ଆମକୁ ସମାଜ ପାଇଁ କାମ କରିବାକୁ ପଡ଼ିବ। ନିଜର ଅଧ୍ୟବସାୟ, ପରିଶ୍ରମ ଓ ମାତାପିତାଙ୍କ ଆଶୀର୍ବାଦ ଯୋଗୁଁ ଆପଣମାନେ ସପଳତା ହାସଲ କରିଛନ୍ତି। ଯୁବଗୋଷ୍ଠୀଙ୍କ ଆଶା ଓ ଆକାଂକ୍ଷା ପୂରା କରିବା ହେଉଛି ଆମ ସରକାରର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ 'ନିଯୁକ୍ତି ମେଳା ଓ ପ୍ରଶିକ୍ଷଣ' କାର୍ଯ୍ୟକ୍ରମରେ ଏହା କହିଛନ୍ତି।

mohan majhi

କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୧୨ଟି ବିଭାଗର ନୂତନ ଭାବେ ଚୟନୀତ ୭,୨୯୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ଅବସରରେ କହିଛନ୍ତି, ଆମ ସରକାର ଖାଲି ପଡ଼ିଥିବା ପଦ ଏବଂ ଖାଲି ହେଉଥିବା ପଦବି ପୂରା କରୁଛନ୍ତି। ବିଭିନ୍ନ ବିଭାଗକୁ ଏଥି ପାଇଁ ନିର୍ଦ୍ଦେଶ ଦେଇଥିଲି। ସରକାର ଦ୍ରୁତ ଶିଳ୍ପାୟନ କ୍ଷେତ୍ରରେ କାମ କରୁଛନ୍ତି। ଆମ ସରକାର ଆସିବାର ୫୦୦ ଦିନ ଭିତରେ ୩୭,୩୨୫ ଜଣଙ୍କୁ ନିଯୁକ୍ତି ଦେଇଛି।

ଆଜି ଦ୍ବାଦଶ ନିଯୁକ୍ତି ମେଳାରେ ୧୨ଟି ବିଭାଗରେ ୭,୨୯୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବିତରଣ କରାଯାଇଛି। ପୂର୍ବ ସରକାରରେ ଏତିକି କମ ଦିନରେ ଏଭଳି ନିଯୁକ୍ତି ଦିଆଯାଇ ନଥିଲା। ଦୁଇ ବର୍ଷ ମଧ୍ୟରେ ଆମ ସରକାର ୬୫ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କରିସାରିଥିବେ। ଆମ ଦେଶରେ ୪ରୁ କମ ପ୍ରତିଶତ ସରକାରୀ ଚାକିରି କରିବାର ସୁଯୋଗ ଲାଭ କରିଥାନ୍ତି। ତେଣୁ ଆମ ସରକାର ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବ ସରକାରରେ ଓଡ଼ିଶାରେ ସବୁ ଥାଇ ମଧ୍ୟ ଶିଳ୍ପାୟନ ହୋଇପାରି ନଥିଲା। ଆମ ସରକାର ଆସିବା ପରେ ୨ଲକ୍ଷ କୋଟି ଟଙ୍କାର ଶିଳ୍ପ ପାଇଁ ଓଏଏମ୍‌ୟୁ କରିଛନ୍ତି। ଏହା ଦ୍ବାରା ଦେଢ଼ ଲକ୍ଷ ଲୋକଙ୍କୁ ରୋଜଗାର ମିଳିପାରିବ ବୋଲି ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+