ଚିଲିକାର ସୁରକ୍ଷା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ପାଇଁ ହେବ ସ୍ୱତନ୍ତ୍ର ଯୋଜନା
ଚିଲିକାର ସୁରକ୍ଷା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଚିଲିକାର ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଚିଲିକା ହ୍ରଦର ସାମଗ୍ରିକ ବିକାଶ ବୈଠକ ବସିଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚିଲିକା ହେଉଛି ଆମ ଜୈବ ବିବିଧତାର ଭଣ୍ଡାର । ଏହାର ସୁରକ୍ଷା କରିବାକୁ ଆମକୁ ନିରନ୍ତର ଉଦ୍ୟମ କରିବାକୁ ପଡିବ । ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ଚିଲିକାର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଚିଲିକା ପର୍ଯ୍ୟଟନ ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।













Click it and Unblock the Notifications