Get Updates
Get notified of breaking news, exclusive insights, and must-see stories!

କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ। ସଙ୍ଗୀତ, ସିନେମା ଓ ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି । ଦିବଙ୍ଗତ ଆତ୍ମାର ଶାନ୍ତି କାମନା ସହ ଜଣାଇଲେ ସମବେଦନା ଜଣାଇଛନ୍ତି ।

mohan majhi

ଆଉ ନାହାନ୍ତି ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠ ଶିଳ୍ପୀ, ଆଲବମ ଜଗତର କିଙ୍ଗ କୁହା ଯାଉଥିବା ଅଭିଜିତ ମଜୁମଦାର । ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଭଲ ନଥିଲା । ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ସକାଳ ୯.୦୨ ମିନିଟ ରେ ତାଙ୍କର ମୃତ୍ୟୁ ହୋଇଛି । ମଲ୍ଟି ଅର୍ଗାନ ଫେଲ ହେବା ଯୋଗୁ କୋମାରେ ଥିଲେ ଅଭିଜିତ ।

ଓଲିଉଡରେ ଅଭିଜିତ ଦାଦା ଭାବେ ପରିଚିତ ଥିଲେ ସେ । ସିନେମା ସହ ଆଲବମ୍ ଗୀତରେ ଶ୍ରୋତାଙ୍କ ମନ ମହୁଥିଲେ ଅଭିଜିତ । ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ କଣ୍ଠଦାନ କରିଛନ୍ତି । 'ଏ ଗୌରା...ଆଜିକାଲି କଣ ଖାଉଛୁ..' 'ଏ ସାଲୁ...', ରିବନ ଫିତା...ଆଦି ହନେକ ହିଟ୍ ଆଲବମ ରହିଛି । ସେହିଭଳି କାଶିଆ କପିଳା, ରଖିବ ଯଦି ସେ ମାରିବ କିଏ, ମୋ ସୁନା ପୁଅ, ମୁନ୍ନା ଏ ଲଭଷ୍ଟୋରୀ, ତୁ ଥା ମୁଁ ଯାଉଛି ରୁଷି, ବାଳୁଙ୍ଗା ଟୋକା, ମାଟ୍ରିକ୍ ପେଲ୍, ରଙ୍ଗିଲା ଟୋକା, ଲଭ୍ ମାଷ୍ଟର, ଆମେ ତ ଟୋକା ଷଣ୍ଢ ମାର୍କା, ଭଉଁରୀ, ଇସ୍କ ତୁ ହି ତୁ, ସମୟ ବଡ଼ ବଳବାନ, ଲଭ୍ ଷ୍ଟେସନ୍ ଏମିତି ଅନେକ ଫିଲ୍ମରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ବାବୁଶାନଙ୍କ ସିଷ୍ଟର ଶ୍ରୀଦେବୀ, ସୁନ୍ଦରଗଡ଼ର ସଲମାନ ଖାଁ, ଶ୍ରୀମାନ ସୁରଦାସ, ଓ ଅନୁଭବଙ୍କ କାବୁଲା ବାରବୁଲାରେ ବି ସେ ମ୍ୟୁଜିକ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+