ପୁରୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ଆଗାମୀ ନୀତିକାନ୍ତି ନେଇ କରିବେ ଆଲୋଚନା

ପୁରୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ଆଗାମୀ ନୀତିକାନ୍ତି ନେଇ କରିବେ ଆଲୋଚନା। ଶ୍ରୀମନ୍ଦିର ସେବାୟତଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ । ଶରଧାବାଲି ଅଘଟଣ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପୁରୀ ଗସ୍ତ ।

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ତିନି ଭକ୍ତଙ୍କ ମୃତ୍ୟୁ ଘଟଣାରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ଉନ୍ନୟନ କମିଶନର ଅନୁ ଗର୍ଗ ପୁରୀ ଗସ୍ତରେ ଆସି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଏସପି, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚୋନା କରିଛନ୍ତି ଉନ୍ନୟନ କମିଶନର।

ପ୍ରାଥମିକ ତଦନ୍ତ ଆରମ୍ଭ:

ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରତିକ୍ରିୟାରେ କହିଛନ୍ତି, "ମତେ ଏହି ଘଟଣା ତଦନ୍ତ ପାଇଁ 30 ଦିନ ସମୟ ଦିଆଯାଇଛି । ଦଳାଚଟକାରେ ଭକ୍ତଙ୍କ ମୃତ୍ୟୁ ବହୁତ୍ ଦୁଃଖଦ ଘଟଣା। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେ ନେଇ ତଦନ୍ତ ହେବ। କେବଳ ସେତିକି ନୁହେଁ ଆଗାମୀ ଦିନରେ ଏହି ଭଳି ସ୍ଥିତି ଯେଭଳି ଆଉ ହେବ ନାହିଁ ସେନେଇ ମଧ୍ୟ ସରକାରଙ୍କୁ ଅବଗତ କରାଯିବ।

Chief Minister arrives in Puri

ଆଜି ପୁରୀ ଗସ୍ତରେ ଆସି ପ୍ରାଥମିକ ତଥ୍ୟ ମୁଁ ସଂଗ୍ରହ କରିଛି। ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ମୁଁ ଆଲୋଚନା କରିଛି। ଆଗାମୀ 30 ଦିନ ଭିତରେ ସବୁ ତଥ୍ୟ ସଂଗ୍ରହ କରାଯିବ। ସବୁ ସେବାୟତଙ୍କ ମତାମତ ନିଆଯିବ। କେଉଁ ପୋଲିସ କର୍ମଚାରୀ ମାନେ ସେହି ଦିନ ଡ୍ୟୁଟିରେ ଥିଲେ ସେ ନେଇ ମୁଁ ରିପୋର୍ଟ ମାଗିଛି । ଏବେ କିଛି ବି କହିବା ଠିକ୍ ହେବ ନାହିଁ।"

ସେ ଆହୁରି ମଧ୍ୟ କହିଛନ୍ତି, " ମୋ ପାଖରେ 30 ଦିନ ସମୟ ଅଛି। ଏହା ଭିତରେ ପ୍ରତ୍ୟେକ ବର୍ଗ ଲୋକଙ୍କୁ ଭେଟିବି। ମୃତକଙ୍କ ପରିବାର ଲୋକଙ୍କ ମତାମତ ନେବି। ଏହ ପରେ ବିସ୍ତୃତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବି। ପୁରୀ ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଭାର ପ୍ରଦାନ କରାଯାଇଛି। ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ଅରବିନ୍ଦ ପାଢୀ ଏବେବି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ କାର୍ଯ୍ୟ କରୁଛନ୍ତି। ପୁରୀ ଏସପି ପିନାକ ମିଶ୍ର ପୂର୍ବ ରଥ ଯାତ୍ରାରେ ପୁରୀ ଏସପି ଭାବେ ଦାୟିତ୍ଵ ସଫଳ ଭାବେ ତୁଲାଇଛନ୍ତି। ଚଞ୍ଚଳ ରାଣା ଜଣେ ଭଲ ପ୍ରଶାସକ। ଏଣୁ ଆଗାମୀ ରଥ ଯାତ୍ରା କରିର ନୀତି କାନ୍ତି ଓ ପରମ୍ପରା ଭଲ ରେ ଆୟୋଜନ ହେବ ବୋଲି ଆମର ଦୃଢ଼ ଆଶା ଅଛି। "

ଗତ ରବିବାର ଭୋର 4 ଟା ବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଳାଚକଟା ପରିସ୍ଥିତି ଉପୁଜିବାରୁ 3 ଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିଲା । ପରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ବରିଷ୍ଠ ଆଇଏଏସ ତଥା ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଏହି ଘଟଣାରେ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଆଗାମୀ 30 ଦିନ ଭିତରେ ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଉନ୍ନୟନ କମିଶନର ପୁରୀ ଗସ୍ତରେ ଆସି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+