Get Updates
Get notified of breaking news, exclusive insights, and must-see stories!

୬୭ ନୂଆ ପଦବୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଡିଏର ଏନଫୋର୍ସମେଣ୍ଟ ବ୍ୟବସ୍ଥା ଅଧିକ ଦକ୍ଷ ଓ କ୍ରିୟାଶୀଳ ହେବ । ଏଥିପାଇଁ ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିରେ ଗୋଟିଏ ଆସିଷ୍ଟାଣ୍ଟ କମିଶନର, ୬ଟି ଏଏସ୍‌ଆଇ ଏବଂ ୬୦ଟି କନଷ୍ଟେବଲ ପଦବୀ ସାମିଲ । ଅଛି । ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦବୀ ସୃଷ୍ଟି ହେବ । ଫଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବଂ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ।

ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖ ଦେବାର ଗୁରୁଦାୟିତ୍ୱ ବହନ କରିଛି ବିଡିଏ । କ୍ରମବଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖୁ ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତିଭୂମି ନିର୍ମାଣ ଉଦ୍ଦେଶ୍ୟରେ ବିଡିଏର ଏନଫୋର୍ସମେଣ୍ଟ କାର୍ଯ୍ୟରେ ସମସ୍ୟା ଦେଖାଦେଉଥିଲା । ଏନଫୋର୍ସମେଣ୍ଟ କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ୬୭ଟି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି ।

Naveen pattnaik

ଯୋଜନାବଦ୍ଧ ବିକାଶ ପାଇଁ ଏହି ପଦବୀଗୁଡିକ କାର୍ଯ୍ୟ କରିବ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ଭୁବନେଶ୍ୱର ସହରରେ ଏସବୁ କାର୍ଯ୍ୟ ନିମନ୍ତେ ୨୫ଟି ୟୁଗ୍ମ ଟିମ୍ ଓ ୫ଟି ରିଜର୍ଭ ଟିମ୍ବର ଆବଶ୍ୟକତା ରହିଛି । ପ୍ରତି ଟିମ୍‌ରେ ୨ଜଣ ପୋଲିସ୍ କନେଷ୍ଟବଳ ରହିବେ । ଏହି ଟିମ୍ବଗୁଡ଼ିକର ସମନ୍ୱୟ ଓ ସୁପରିଚାଳନା ପାଇଁ ଜଣେ ଆସିଷ୍ଟାଣ୍ଟ କମିଶନର, ୬ ଜଣ ଆସିଷ୍ଟାଣ୍ଟ ସଦ ଇନସିପେକ୍ଟର କାର୍ଯ୍ୟ କରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+