ମାଆ ତାରିଣୀ ମନ୍ଦିରର ବିକାଶ ପାଇଁ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଘଟଗାଁ ମାଆ ତାରିଣୀ ମନ୍ଦିର ପାଇଁ ଆଉ ୫୦ କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଏହି ଘୋଷଣା କରିଛନ୍ତି।

ଗସ୍ତର ପ୍ରଥମ ଦିନରେ ସେ ଘଟଗାଁ ଯାଇ ମାଆ ତାରିଣୀଙ୍କୁ ଦର୍ଶନ କରିଛନ୍ତି। ମାଆଙ୍କ ଦର୍ଶନ ପରେ ମନ୍ଦିରର ଉନ୍ନତି ପାଇଁ ଆଉ ୫୦ କୋଟି ଟଙ୍କା ଘୋଷଣା କରିଛନ୍ତି ସିଏମ୍।
ଏବେ ୫୦ କୋଟିର ଏଠାରେ କାମ ଚାଲିଛି। ଆଉ ୫୦ କୋଟି ମନ୍ଦିରର ସୌନ୍ଦର୍ଯ୍ୟକରଣରେ ଲାଗିବ। ଏହାସହ ତାରିଣୀ ପୀଠକୁ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଘଟଗାଁ ହେଲିପ୍ୟାଡ୍ରେ ପହଞ୍ଚିବା ପରେ ସେଠୁ ବିଶାଳ ରୋଡ୍ ଶୋ'ରେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ପରେ ନିଜେ ଭୋଗ କିଣି ମାଆଙ୍କ ପାଖରେଲାଗି କରିଥିଲେ।
ଆଜି ମୁଖ୍ୟମନ୍ତ୍ରୀ କେନ୍ଦୁଝର ବଳଦେବ ଜୀଉଙ୍କୁ ଦର୍ଶନ କରିବେ। ପରେ କେନ୍ଦୁଝରରେ ରୋଡ୍ ଶୋ' ଓ ସାଧାରଣ ସଭାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ନିଜ ଗାଁ ରାଇକଳାକୁ ଯିବେ ସିଏମ୍। ସେଠି ନିଜ ଘରେ ମଧ୍ୟାହ୍ନ ଭୋଜନ କରିବେ ଓ ସାଧାରଣଜନତାଙ୍କ ସହ ଆଲୋଚନା କରିବେ।












Click it and Unblock the Notifications