କିଚକେଶ୍ବରୀ ମନ୍ଦିର ବିକାଶ ପାଇଁ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଖିଚିଂ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନସ୍ଥଳ ଖିଚିଂ ଓ ପ୍ରସିଦ୍ଧ ଦେବୀପୀଠ କିଚକେଶ୍ବରୀ ମନ୍ଦିରର ବିକାଶ ତଥା ଉନ୍ନତିକରଣ ପାଇଁ ୫୦ କୋଟିର ଅର୍ଥରାଶି ଘୋଷଣା କରିଛନ୍ତି। ଏହି ଘୋଷଣା ସହ ପାଞ୍ଚପୀଢ଼ ଉପଖଣ୍ଡ ପାଇଁ ପ୍ରାୟ ୬୫ କୋଟି ଟଙ୍କାର ୫୩ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସାଂସ୍କୃତିକ ମହୋତ୍ସବରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପ ମଧ୍ୟରେ ମହିଳା ସଶକ୍ତୀକରଣ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ର ଇତ୍ୟାଦି ରହିଛି। ଆଗାମୀ ଦିନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ସମଗ୍ର ପାଞ୍ଚପୀଢ଼ ଅଞ୍ଚଳର ବିକାଶ ଘଟିବ। କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଖିଚିଂ ମନ୍ଦିର ସ୍ଥାନିତ ହୋଇଛି ।

kichekeshwari

ଯେଉଁଥିରେ ବିଶେଷ ସୁବିଧାଙ୍କ ମଧ୍ୟରେ ପାର୍କିଂ, ରାସ୍ତା, ଶୌଚାଳୟ, ଆଲୋକୀକରଣ, ପର୍ଯ୍ୟଟନ ସୂଚନା କେନ୍ଦ୍ର ଅନ୍ତର୍ଭୁକ୍ତ ହେବ। ଏହା ମଧ୍ୟ ଆତିଥ୍ୟ, ଟୁର୍ ଗାଇଡ୍ ଏବଂ ପରିବହନ ପରି କ୍ଷେତ୍ରଗୁଡିକରେ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଯୋଗାଇବ। ରାଷ୍ଟ୍ରପତି ପୂର୍ବରୁ ମନ୍ଦିରର ଉନ୍ନତିକରଣ ପାଇଁ ୫୨ କୋଟି ମଞ୍ଜୁର କରିବାକୁ ନିର୍ଦେଶ ଦେଇଥିବାବେଳେ ଆହୁରି ୫୦ କୋଟି ଟଙ୍କା ମିଶାଇ ସମୁଦାୟ ୧୦୨ କୋଟି ଟଙ୍କା ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ପର୍ଯ୍ୟଟନ, ଓଡ଼ିଶାର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିର ଏକ ପ୍ରମୁଖ ଚାଳକ। ଏଣୁ ଏକ ସନ୍ତୁଳିତ ଏବଂ ସମାବେଶୀ ଦୃଷ୍ଟିଭଙ୍ଗୀରେ ପର୍ଯ୍ୟଟନ ଭିତ୍ତିଭୂମିର ସମନ୍ୱିତ ବିକାଶ ଓ ପରିଚାଳନା ପାଇଁ ୩୫୫ କୋଟି ଟଙ୍କା ବ୍ୟୟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏଥିରେ ଖିଚିଂ ମନ୍ଦିର ଏବଂ ଏହି ଅଞ୍ଚଳର ବିକାଶ ସମେତ ଶିମିଳିପାଳର ସମନ୍ୱିତ ବିକାଶ ପାଇଁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମରେ କାର୍ଯ୍ୟକାରୀ କରାଯିବ।୧୦ଟି ଜିଲାରେ ଜିଲା ଐତିହ୍ୟ ଓ ପର୍ଯ୍ୟଟନ କମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଲୋକସଭା ସାଂସଦ ନବଚରଣ ମାଝୀ, ବିଧାୟକ ଜଲେନ ନାଏକ, ପଦ୍ମଚରଣ ହାଇବୁରୁ, ଅଖିଳ ଚନ୍ଦ୍ର ନାୟକ, ଏବଂ ଡ. ଫକିର ମୋହନ ନାଏକ ଉଦବୋଧନ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+