୩୪ଟି ପୂଜା ମଣ୍ଡପ ବୁଲି ମା'ଦୁର୍ଗାଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
ମହାନବମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର କଟକର ୩୪ଟି ପୂଜା ମଣ୍ଡପ ବୁଲି ମା'ଦୁର୍ଗାଙ୍କୁ ଦର୍ଶନ କରିବେ। ସଡ଼କ ପଥରେ ସକାଳ ସାଢେ ୯ଟାରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରତାପନଗରୀ ପୂଜା ମଣ୍ଡପରେ ପହଞ୍ଚି ମା'ଙ୍କୁ ଦର୍ଶନ କରିବେ ।
ଏହାପରେ ବାଲିକୁଦା, ଗୋପାଳପୁର, ଚାଉଳିଆଗଞ୍ଜ, ନୂଆବଜାର, ପୋତାପୋଖରୀ, ଶିଖରପୁର-ଗଣ୍ଡରପୁର-ମହାନଦୀବିହାର, ଯୋବ୍ରା, ମଙ୍ଗଳାବାଗ, ରାଣୀହାଟ ବଜାର, ରାଣୀହାଟ, କଲେଜଛକ, ଛତ୍ରବଜାର, ମଧୁପାଟଣା, ଖାନ୍ନଗର, ପିଠାପୁର, ଝୋଲାସାହି, ନିମସାହି, ଦରଘା ବଜାର, ଚୌଧୁରୀ ବଜାର, ବଙ୍ଗାଳୀ ସାହି, ଫିରିଙ୍ଗୀ ବଜାର, ଚାନ୍ଦିନୀଚୌକ, ମହମ୍ମଦିଆ ବଜାର, ଶେଖ୍ ବଜାର, ରାମଗଡ କନିକା ରୋଡ, ତୁଳସୀପୁର, ଦେଉଳସାହି, ସିଡିଏ ସେକ୍ଟର-୬, ସିଡିଏ ସେକ୍ଟର-୭ ପୂଜା ମଣ୍ଡପ ବୁଲିବେ ।
ମହାମାୟାଙ୍କ ପୂଜା ପାଇଁ ସମଗ୍ର ରାଜଧାନୀ ଭୁବନେଶ୍ୱର ହୋଇଛି ଚଳଚଞ୍ଚଳ। ଶୁକ୍ରବାର ମହାଷ୍ଟମୀ ଅବସରରେ ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲୁଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଭୁବନେଶ୍ବରରେ ୩ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । ତେବେ ରସୁଲଗଡ଼ରୁ ସକାଳ ସାଢ଼େ ୧୦ଟାରୁ ନବୀନ ତାଙ୍କ ଦର୍ଶନ ଆରମ୍ଭ କରିଥିଲେ ।

ପ୍ରଥମେ ମା' ଯୋଗମାୟାଙ୍କୁ ଦର୍ଶନ କରି ଉପସ୍ଥିତ ଥିବା ଲୋକଙ୍କ ସହ କଥା ହୋଇଥିଲେ ନବୀନ। ପରେ ୧୧ଟା ୩ ମିନିଟ୍ରେ ସହିଦନଗର ଦୁର୍ଗାପୂଜା ମଣ୍ଡପ ବୁଲିଥିଲେ। କଡ଼ା ସୁରକ୍ଷା ବଳୟରେ ନବୀନ ମା'ଙ୍କ ଦର୍ଶନ କରି କୃପାଭିକ୍ଷା ଲାଭ କରିଥିଲେ। ଏହା ପରେ ବଡ଼ଗଡ଼ ମଣ୍ଡପରେ ପହଞ୍ଚି ମା'ଙ୍କୁ ଦର୍ଶନ କରିଛନ୍ତି।
ସୂଚନା ଥାଉକି, ମଣ୍ଡପ ବୁଲିବା ପାଇଁ ନବୀନଙ୍କୁ ବିଭିନ୍ନ ପୂଜା କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ସେହି ନିମନ୍ତ୍ରଣ ରକ୍ଷା କରି ନବୀନ ଆଜି ବିଭିନ୍ନ ପୂଜାମଣ୍ଡପ ବୁଲିଛନ୍ତି।
ସେହିପରି ପାଇକ ସାହି, ଡାହାଳିଆବାଗ୍, ଭାଣପୁର ଓ ରାମନଗର ପୂଜା ମଣ୍ଡପରେ ମା'ଦୁର୍ଗାଙ୍କୁ ମୁଖ୍ୟମନ୍ତ୍ରୀ ଦର୍ଶନ କରିବା ପରେ ଭୁବନେଶ୍ୱର ଅଭିମୁଖେ ଗସ୍ତ କରିବେ ବୋଲି ଭାଜପା କଟକ ନଗର (ଜିଲା) ସଭାପତି ଲଲାଟେନ୍ଦୁ ବଡ଼ୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।












Click it and Unblock the Notifications