EVM ଚୋରି ଅଭିଯୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସ୍ମିଟ୍, କହିଲେ ରାଜ୍ୟର ୩୦ ଜିଲ୍ଲାରେ ଷ୍ଟ୍ରଙ୍ଗରୁମ ରହିଛି EVM
ଇଭିଏମ୍ ଚୋରି ଅଭିଯୋଗରେ ସାମ୍ବାଦିକ ସମ୍ମିଳନୀ କରି ଅନ୍ୟ କୌଣସି ସ୍ଥାନରୁ ଇଭିଏମ ଆସିନଥିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି ନୂଆପଡା ଉପନିର୍ବାଚନରେ ମତଦାନ ପାଇଁ ଅନ୍ୟ କୌଣସି ଜିଲାରୁ ଇଭିଏମ୍ ଆସିନାହିଁ । ଗତକାଲି ବିଜେଡି ପକ୍ଷରୁ ଇଭିଏମ ଚୋରିର ଅଭିଯୋଗ ଆସିଥିଲା ।

ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ କହିଛନ୍ତି ରାଜ୍ୟର ୩୦ଟି ଜିଲାରେ ଇଭିଏମ୍ ଷ୍ଟ୍ରଙ୍ଗରୁମରେ ରହିଛି । ପ୍ରତ୍ୟେକ ଷ୍ଟ୍ରଙ୍ଗରୁମରେ ୩ମାସରେ ଥରେ ଲେଖାଏଁ ଯାଞ୍ଚ କରାଯାଏ । ଯାଞ୍ଚ ସମୟରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହିଥାନ୍ତି । ଅଭିଯୋଗ ପରେ ଗଞ୍ଜାମର ୨ ୱେୟାରହାଉସର ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା । ଏଯାଏ ଇଭିଏମକୁ ନେଇ ବିରୋଧୀଙ୍କ ଗୋଟିଏ ବି ଅଭିଯୋଗ ପ୍ରମାଣିତ ହୋଇନାହିଁ । ସମସ୍ତ ଯାଞ୍ଚର ଭିଡ଼ିଓଗ୍ରାଫି ହୋଇଥିବା ନେଇ ସୂଚନା ମିଳିଛି ।












Click it and Unblock the Notifications