ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା, କହିଲେ...
ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା । ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୫ ଭୋଟର ତାଲିକାରେ ଅଛନ୍ତି, ୨୦୦୨ରେ ବି ଥିଲେ BLOଙ୍କୁ ଜଣାଇବେ ।

୨୦୦୨ରେ କେଉଁ ନିର୍ବାଚନମଣ୍ଡଳୀରେ ଥିଲେ BLOଙ୍କୁ ଜଣାଇବେ । ଆମେ ନିଜ ଆଡୁ ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ କରିସାରିଛୁ। ଏହାର ଅର୍ଥ ୨୦୨୫ ଭୋଟର ତାଲିକାରେ ଥିବା ୯୦%ଙ୍କୁ ଟ୍ରେସିଂ କରିପାରିଛୁ। ୨୦୨୫ ତାଲିକାରେ ଥିବା ୯୦% ୨୦୦୨ ତାଲିକାରେ ବି ଅଛନ୍ତି । ଆଉ ୧୦ ପ୍ରତିଶତ ଆମ ପାଇଁ କଷ୍ଟକର, ସହରାଞ୍ଚଳ ପାଇଁ ସମସ୍ୟା।
ଯଦି ୨୦୦୨ରେ ଆପଣଙ୍କ ନାଁ ନଥିଲା, ଆପଣଙ୍କ ବାପାମାଆଙ୍କୁ ଖୋଜାଯିବ। ୯୫% ମ୍ୟାପିଂ ଆମର ଲକ୍ଷ୍ୟ, ଏଭଳି ହେଲେ ସମସ୍ତଙ୍କ ପାଇଁ ସୁବିଧା ହେବ ।












Click it and Unblock the Notifications