ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ଭୋଟ , ସୁରୁଖୁରୁରେ ଚାଲିଛି ମତଦାନ : ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର: ଆଜି ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟର ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୬ ଟି ସଂସଦୀୟ କ୍ଷେତ୍ର ଓ ୪୨ ଟି ବିଧାନସଭା ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ୬ ଟି ଲୋକସଭା ତଥା ଭଦ୍ରକ, ବାଲେଶ୍ୱର , ଜଗତସିଂପୁର, ଯାଜପୁର , କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜରେ ମତଦାନ ସୁରୁଖୁରୁରେ ଚାଲିଛି । ଯେଉଁଠି ତ୍ରୁଟି ଥିଲା ଠିକ କରାଯାଇଛି ।
ସେ ଆହୁରି କହିଛନ୍ତି, ସକାଳ ୯ ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ଭୋଟିଂ ହୋଇଛି । ବଶିଷ୍ଠ ନାଗରିକମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି । ଯୁବ ଭୋଟରମାନେ ମଧ୍ୟ ଏହାକୁ ନେଇ ନିଜ ସଠିକ ମତ ପୋଷଣ କରନ୍ତୁ । ୨୦୧୯ ରେ ଏହି ୬ ଟି ସ୍ଥାନରେ ୭୪.୩୮ ପ୍ରତିଶତ ଥିଲା, ଚଳିତ ଥର ମଧ୍ୟ ଭଲ ହେବ ବୋଲି ଆଶା । ଗଣମାଧ୍ୟମ ସଂସ୍ଥା ମାନଙ୍କୁ ଅନୁରୋଧ ସତ୍ୟ ଖବର ପ୍ରସାରଣ କରନ୍ତୁ ।

ସମୟ ସମୟରେ ଭୁଲ ଖବର ଭୋଟର ମାନଙ୍କୁ ନିରୁତ୍ସାହିତ କରିଥାଏ । ୬୨୭୯ ମତଦାନ କେନ୍ଦ୍ରରୁ ୱେବ କାଷ୍ଟି ଚାଲିଛି । ୧୦୮୮୨ ଟି ମତଦାନ କେନ୍ଦ୍ର ରେ ଭୋଟିଂ ଚାଲିଛି ବର୍ତ୍ତମାନ ସୁଦ୍ଧା ୭୯ ବାଲାଟ ୟୁନିଟ ୧୦୬ କଣ୍ଟ୍ରୋଲ ୟୁନିଟ ଓ ୨୩୩ ଟି ଭିଭିପାଟ ପରିବର୍ତନ ହେଇଛି












Click it and Unblock the Notifications