Get Updates
Get notified of breaking news, exclusive insights, and must-see stories!

ଭୋଟର ଏବଂ ପୋଲିଂ ବୁଥରେ ରହିଥିବା ଅଧିକାରୀ ମାନଙ୍କୁ ମୋବାଇଲ ନ ନେଇ ଯିବାକୁ ଅନୁରୋଧ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୋଟର ଏବଂ ପୋଲିଂ ବୁଥରେ ରହିଥିବା ଅଧିକାରୀ ମାନଙ୍କୁ ମୋବାଇଲ ନ ନେଇ ଯିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳୁ ସକାଳୁ ସବୁ ବୁଥ୍‌ରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ତେବେ ବୁଥ୍‌ ଭିତରକୁ ମୋବାଇଲ ନ ନେବାକୁ ଭୋଟର ଓ ଅଧିକାରୀଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଅପିଲ କରିଛନ୍ତି ।

ସକାଳୁ ସକାଳୁ ସବୁ ବୁଥରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ । ଏହା ଭିତରେ କିଛି ବୁଥରେ ଭୋଟର ମୋବାଇଲ ନେଇଯାଉଥିବା ଦେଖିବାକୁ ମିଳିଥିବାବେଳେ ଏପରି ନକରିବାକୁ ଉଭୟ ଭୋଟର ଓ ଅଧିକାରୀଙ୍କୁ ଅପିଲ କରିଛନ୍ତିି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅନ୍ୟପଟେ ଭୁବନେଶ୍ୱର ନୟାପଲ୍ଲୀର ଏକ ବୁଥରେ ପୋଲିଂ କେନ୍ଦ୍ରକୁ ମୋବାଇଲ ନେଇ ପ୍ରବେଶ କରିବା ଘଟଣାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।

Chief Electoral Officer

ପୂର୍ବରୁ ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ବି ଏହାର ବ୍ୟତିକ୍ରମ ହେବାରୁ ପେସମିଟ୍ କରି ଏନେଇ ପୁନର୍ବାର ସଚେତନ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।

ଏପରିକି ବୁଥ୍ ଭିରତକୁ ସ୍ମାର୍ଟ ୱାଚ୍ ପିନ୍ଧି ଯିବା ଉପରେ ମଧ୍ୟ କଟକଣା ଲାଗିଛି । ନିଜେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ନିୟମକୁ ପାଳନ କରି ନିଜ ସ୍ମାର୍ଟ ୱାଚକୁ ଖୋଲି ବାହାରେ ରଖିବା ପରେ ବୁଥ୍ ଭିତରକୁ ଭୋଟ ପାଇଁ ଯାଇଥିବା ପ୍ରେସ ମିଟରେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+