ଭୁବନେଶ୍ୱରରେ ଭାରତର ମୁଖ୍ୟ ନିର୍ବାଚନ କମିଶନର
ଓଡ଼ିଶାରେ ମୁଖ୍ୟ ନିର୍ବାଚନ କମିଶନର । ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ପରିବାର ସହ ଆସିଛନ୍ତି ଜ୍ଞାନେଶ କୁମାର । ଭୁବନେଶ୍ବର ଏୟାରପୋର୍ଟରେ ଅବତରଣ ପରେ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ବିଷୟରେ ଜାଣିବାକୁ ଆସିଥିବା କହିଛନ୍ତି । ଆଜି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ କୋଣାର୍କ ଗସ୍ତ କରିବେ । କାଲି ରଘୁରାଜପୁର, ଧଉଳି ଓ ଖଣ୍ଡଗିରି-ଉଦୟଗିରି ଗୁମ୍ଫା ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ୨୯ ତାରିଖ ଦିନ CEC ଜ୍ଞାନେଶ କୁମାର BLO ମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ। ତେଣୁ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବା SIR କୁ ନେଇ ଚର୍ଚ୍ଚା ଜୋର ଧରିଛି।

୨୦୨୫ ମଧ୍ୟଭାଗରୁ ଦେଶର ଅନେକ ରାଜ୍ୟରେ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ SIR ପ୍ରକ୍ରିୟା ଚାଲୁ ରହିଛି । ଯଦିଓ ଓଡ଼ିଶାରେ ଏହାର ଆରମ୍ଭ ନେଇ କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ, କିନ୍ତୁ CEC ସିଧାସଳଖ BLO ମାନଙ୍କ ସହ ଆଲୋଚନା କରୁଥିବାରୁ ରାଜ୍ୟରେ ଖୁବଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସଙ୍କେତ ମିଳୁଛି ।












Click it and Unblock the Notifications