ମତଦାନ ଭଳି ଗଣତାନ୍ତ୍ରିକ ମହାନ ପର୍ବରେ ସମସ୍ତ ନାଗରିକ ସାମିଲ ହୁଅନ୍ତୁ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ମଇ ୨୫ ରେ ନିଶ୍ଚୟ ଯିବି, ନିଜ ବୁଥରେ ଭୋଟ ଦେବି' । 'ଗଣତନ୍ତ୍ରର ଏ ମହାନ ପର୍ବ, ଭୋଟ ଦେଇ ମୁଁ କରିବି ଗର୍ବ' । ଏମିତି ସ୍ଲୋଗାନ ଦେଇ ଆଜି ସକାଳ ୬ଟାରୁ ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନଛକଠାରୁ ବାହାରି ଥିଲା ଏକ ବିଶାଳ ୱାକାଥନ ( ଗଣ ପଦଯାତ୍ରା) । ଉଦ୍ଦେଶ୍ୟ ଥିଲା, ଚଳିତ ସାଧାରଣ ନିର୍ବାଚନରେ ପ୍ରତ୍ୟେକ ଭୋଟରଙ୍କୁ , ମତଦାନ କେନ୍ଦ୍ରରେ ସେମାନଙ୍କର ମତ ସାବ୍ୟସ୍ତ କରିବା ପାଇଁ ସଚେତନ କରିବା ।

କାରଣ ବିଶେଷ କରି ରାଜଧାନୀ ସହରାଞ୍ଚଳରେ ଅଧିକ ସଚେତନ, ଶିକ୍ଷିତ ନାଗରିକ ବାସ କରୁଥିଲେ ମଧ୍ୟ, ମତଦାନ ହାର ଗ୍ରାମାଞ୍ଚଳ ଅପେକ୍ଷା ସବୁବେଳେ କମ୍ ରହୁଥିବା ଅତୀତରୁ ପରିଲକ୍ଷିତ ହୋଇଛି । ଏପରିକି ମତଦାନ ହାର ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ କମ୍ ରହୁଥିବାରୁ ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି ) ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆଗାମୀ ସାଧାରଣ ନିର୍ବାଚନରେ ମତଦାନ ହାର ବୃଦ୍ଧି ପରିପ୍ରେକ୍ଷୀରେ ଏପରି ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଅଛି ।

"ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ" (ଏସ୍.ଭି.ଇ.ଇ.ପି)ର ଅଂଶ ବିଶେଷ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଭୋଟରଙ୍କୁ ସାମିଲ କରାଯିବା ସହ ପ୍ରତ୍ୟେକ ମତଦାତା ଯେପରି ନିଶ୍ଚିତ ଭାବେ ନିଜ ନିଜର ମତଦାନ କେନ୍ଦ୍ରରେ ଭୋଟ ଦେବେ, ସେଥିପାଇଁ ଲୋକମାନଙ୍କୁ ସଚେତନ କରାଇବାକୁ ପାଇଁ ବିଏମ୍‌ସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସୃଜନଶୀଳ ଜନସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି । ଉକ୍ତ ସଚେତନତା ରଣନୀତିର ଏକ ଅଂଶ ସ୍ୱରୁପ ଆଜି ଆୟୋଜିତ ହୋଇଥିଲା ମେଗା ୱାକଥନ ।

Lok Sabha Election 2024

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ମୁଖ୍ୟ ନିର୍ବାଚନ ଅଧିକାରୀ,ଓଡ଼ିଶା ଶ୍ରୀ ନିକୁଞ୍ଜ ବିହାରୀ ଧଳ, ବିଏମ୍‌ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ପୋଲିସ କମିଶନର ସଂଜୀବ ପଣ୍ଡା, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍. ତିରୁମାଳା ନାୟକ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସମେତ ବିଏମ୍‌ସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।

ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟାନ୍ୟ ଅତିଥିମାନଙ୍କୁ ବିଏମ୍‌ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ସ୍ଵାଗତ କରିଥିଲେ । ୱାକଥନର ଶୁଭାରମ୍ଭ କରିବା ପୂର୍ବରୁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା ।

ଅତିଥିମାନଙ୍କ ସହିତ ଉପସ୍ଥିତ ଅଂଶଗ୍ରହଣକାରୀମାନେ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଆୟୋଜିତ ଏକ "ସିଗ୍‌ନେଚର୍‌ କ୍ୟାମ୍ପେନ୍" ରେ ନିଜ ନିଜର ଭୋଟର ସଚେତନତା ବାର୍ତ୍ତା ଲେଖିବା ସହ ଭାରତୀୟ ଗଣତନ୍ତ୍ରରେ ଭୋଟ ଦେବା ଏକ ଅଧିକାର ଏବଂ ଏହାର ଅନୁପାଳନ କରିବାକୁ ଶପଥ ନେଇଥିଲେ । ରାଜ୍ୟରେ ଏକ ମୁକ୍ତ, ସ୍ୱଚ୍ଛ, ଅବାଧ, ନିରପେକ୍ଷ ଓ ଶୃଙ୍ଖଳାପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ଭାରତୀୟ ଗଣତନ୍ତ୍ରକୁ ଋଦ୍ଧିମନ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସମବେତ ସମସ୍ତ ନାଗରିକଙ୍କୁ "ମତଦାତାଙ୍କ ସଂକଳ୍ପ" ପାଠ କରାଇଥିଲେ । ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ଯୁବକ ଯୁବତୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ଜେନାଙ୍କ ସହ ଅନ୍ୟ ଅତିଥିମାନେ ସ୍ଵାଗତ ଓ ସମ୍ବର୍ଦ୍ଧିତ କରିଥିଲେ ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଭାରତୀୟ ନିର୍ବାଚନ କମିଶନ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ,ଓଡିଶାଙ୍କ ପ୍ରୟାସରେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଏଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ନିର୍ବାଚନ ପ୍ରକ୍ରିୟାରେ ଯେତେ ଅଧିକରୁ ଅଧିକ ମତଦାତାମାନେ ଅଂଶଗ୍ରହଣ କରିବେ, ଗଣତନ୍ତ୍ର ଅଧିକ ସୁଦୃଢ ହେବ । କେବଳ ସାଧାରଣ ନାଗରିକ ନୁହଁନ୍ତି, ଲୋକସେବା ଭବନ, ବିଭିନ୍ନ ସରକାରୀ ନିର୍ଦ୍ଦେଶାଳୟ ସମେତ ସମସ୍ତ ସରକାରୀ ଦପ୍ତର ଓ ବେସରକାରୀ ଅନୁଷ୍ଠାନରେ ବିଭିନ୍ନ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ଆଦିର ସହଯୋଗରେ ବିଭିନ୍ନ ଉପାୟରେ ଭୋଟରମାନଙ୍କୁ ସଚେତନ କରାଯାଉଥିବା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଥିଲେ ।

ଭୋଟରମାନଙ୍କ ଦ୍ୱାରା ମତଦାନ ସଂପର୍କରେ ଭୁବନେଶ୍ଵର ମହାନଗର ନିଗମ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପକୁ ସ୍ୱାଗତ କରିବା ସହ କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳ ରେ ମଧ୍ୟ ଭୋଟରମାନେ ବହୁ ସଂଖ୍ୟାରେ ମତଦାନ କରିବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ । ସେ କହିଛନ୍ତି ଯେ, ମତଦାନ ହେଉଛି ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରର ଏକ ମହାନ ପର୍ବ । ଏହି ପର୍ବରେ ପ୍ରତ୍ୟେକ ଭୋଟର ସାମିଲ ହେବା ଦରକାର । ସମସ୍ତେ ମତଦାନ କଲେ, ଗଣତନ୍ତ୍ର ସୁଦୃଢ ହେବା ସହ ଦେଶ ସଶକ୍ତ ହେବ । ମୁଖ୍ୟତଃ ଯେଉଁମାନେ ଭୋଟଦାନରୁ ବିରତ ରହୁଛନ୍ତି, ସେହିମାନଙ୍କୁ ସଚେତନ କରାଇବା ସହ ସେମାନେ ଯେପରି ନିଶ୍ଚିତ ଭାବେ ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବେ, ସେଥିପାଇଁ ଶିକ୍ଷିତ ଓ ସଚେତନ ନାଗରିକମାନେ ପ୍ରୟାସ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରେ ମୁଖ୍ୟ ଅତିଥି ଶ୍ରୀ ଜେନା ପତାକା ଦେଖାଇ ୱାକଥନର ଶୁଭାରମ୍ଭ କରିଥିଲେ । ଆଜି ସକାଳ ୬ ଘଟିକାଠାରୁ ଏହି ୱାକଥନ ମାଷ୍ଟର କ୍ୟାଟିନ ଛକଠାରୁ ବାହାରି ଶ୍ରୀୟା ଛକ, କେନ୍ଦ୍ରୀୟ ବିଦ୍ୟାଳୟ ପାଖ ଦେଇ ସତ୍ୟ ନଗରସ୍ଥିତ ବିଏମ୍‌ସି ମୁଖ୍ୟାଳୟ( ବିଏମସି ଆଇସିଓଏମସି ଟାଓ୍ୱାର) ଠାରେ ପହଁଚିଥିଲା ।

ଯୋଗ୍ୟ ଭୋଟରମାନେ କିପରି ଗଣତାନ୍ତ୍ରିକ ମହତ୍ଵକୁ ବୁଝି ଚଳିତ ନିର୍ବାଚନରେ ନିଜ ନିଜର ମତଦାନ କେନ୍ଦ୍ରରେ ଭୋଟ ଦେବେ, ସେହି ଉଦ୍ଦେଶ୍ୟରେ ଓ୍ୱାକାଥନ ମାଧ୍ୟମରେ ସଚେତନ କରାଯାଇଥିଲା । ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ନାଗରିକଙ୍କ ଯୋଗଦାନରେ କରାଯାଇଥିବା ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଭିନ୍ନ ଆବାସିକ କଲ୍ୟାଣ ସଂଘ, ବରିଷ୍ଠ ନାଗରିକ, ମାର୍କେଟ ଆସୋସିଏସନ, ଯୁବ ଭୋଟର, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ବିଏମ୍‌ସି କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ ।

ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ୱାକଥନରେ ସ୍ୱତନ୍ତ୍ର ବେଶ ପୋଷାକ ପରିଧାନ କରି ଲୋକମାନଙ୍କୁ ସଚେତନ କରାଇଥିଲେ । ଏହାପରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସମସ୍ତେ ବିଏମ୍‌ସିର ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗଣ ପଦଯାତ୍ରା କରି ପ୍ଲା-କାର୍ଡ ପ୍ରଦର୍ଶନ, ସ୍ଲୋଗାନ ଓ ଭୋଟର ଜାଗରଣ ସଂଗୀତ ମାଧ୍ୟମରେ ବାର୍ତ୍ତା ପ୍ରଚାର ସହ ନାଗରିକମାନଙ୍କୁ ନିଶ୍ଚିତ ଭାବେ ମତଦାନ କରି ମତଦାନ ହାର ବଢ଼ାଇବା ଆଦି ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+