ଭିଜିଲାନ୍ସ ଜାଲରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ୯ ଜାଗାରେ ହେଲା ଚଢ଼ାଉ
ବଲାଙ୍ଗିର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗେର ବଲାଙ୍ଗିର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଏକକାଳୀନ ୯ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉରେ ୨ ଜଣ ଅତିରିକ୍ତ ଏସ୍ପି, ୮ ଡିଏସ୍ପି, ୬ ଇନସ୍ପେକ୍ଟର, ୧୦ ଏଏସ୍ଆଇ ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ଚଢ଼ାଉ କରାଯାଉଛି।

ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ, ବିଚାରପତିଙ୍କ ଦ୍ବାରା ଜାରି ହୋଇଥିବା ୱାରେଣ୍ଟ ସହାୟତାରେ ଭୁବନେଶ୍ୱର (ଖୋର୍ଦ୍ଧା), ପୁରୀ, ଅନୁଗୁଳ, କଟକ ଏବଂ ବଲାଙ୍ଗୀର ଜିଲ୍ଲାର ୯ ଟି ସ୍ଥାନରେ ଚଢ଼ାଉ କରାଯାଉଛି। ଭୁବନେଶ୍ବରର ନୀଳାଦ୍ରି ବିହାରର ୩ ମହଲା ଘରେ ରେଡ ହୋଇଛି। ସେହିପରି ପୁରୀର ୨ଟି ଫ୍ଲାଟ, କଟକ ସ୍ଥିତ ପୈତୃକ ଘରେ ଚଢ଼ାଉ। ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ ହୋଇଥିବାବେଳେ ଅନୁଗୁଳରେ ଥିବା ସୁନୀଲଙ୍କ ପୁଅଙ୍କ ଘରେ ବି ରେଡ ହୋଇଛି












Click it and Unblock the Notifications