ଏହି ଜିଲ୍ଲାରେ ବ୍ୟାପୁଛି ହାଡ଼ଫୁଟି, ୧୦ ଜଣ ଶିଶୁ ଆକ୍ରାନ୍ତ
Gajapati News: ଗଜପତି ଜିଲ୍ଲା ମୋହନା ବ୍ଲକରେ ଆତଙ୍କ ଖେଳାଉଛି ହାଡ଼ଫୁଟି । ମିଳିଥିବା ସୂଚନା ଅନୁସାରେ, ୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ଶିଶୁ ମଧ୍ୟ ରହିଛନ୍ତି ।

ସୂଚନାଅନୁସାରେ, ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ସମେତ ଜିଲ୍ଲା ସ୍ଥରୀୟ ୯ ଜଣିଆ ଏକ ଡାକ୍ତରୀ ଟିମ୍ ମଧ୍ୟ ଗାଁକୁ ଯାଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ସେହିପରି ଆଶା କର୍ମାମାନେ ଗାଁରେ ଘରକୁ ଘର ବୁଲି ଔଷଧ ବଣ୍ଟନ କରିବା ସହ ଲୋକଙ୍କୁ ସତର୍କ କରାଉଛନ୍ତି ।
ହାଡ଼ଫୁଟି ବ୍ୟାପିବାର କାରଣ ସ୍ପଷ୍ଟ ହୋଇ ନାହିଁ ହେଲେ ଏହାକୁ ରୋକିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରାଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗାଁର ହାଡ଼ଫୁଟି ଗତ ଏକ ମାସ ହେବ ବ୍ୟାପିବାରେ ଲାଗିଛି । ତେବେ ଡାକ୍ତରୀ ଟିମ୍ ସମସ୍ତଙ୍କୁ ସତର୍କ କରାଇବା ସହ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ।












Click it and Unblock the Notifications