ବିଶାଲଙ୍କୁ ଆଶ୍ୱସ୍ତି ଆଲୋଚନା ପରେ ଛାଡ଼ିଲେ ଛତିଶଗଡ ପୋଲିସ
ବିଶାଲ ଦାସ ଓ ଅନ୍ୟ ସହଯୋଗୀଙ୍କୁ ଛାଡ଼ିଲା ଛତିଶଗଡ଼ ପୋଲିସ । ବିଶାଲଙ୍କ ସହ ସହଯୋଗୀଙ୍କ ନାଁରେ ସରାଇପାଲି ପୋଲିସ ମାମଲା ରୁଜୁ କରିଥିଲା । ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଲା ପୋଲିସ । ବିଶାଲ ଓ ଅନ୍ୟମାନଙ୍କୁ ଛାଡିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପୂର୍ବରୁ ଛାତିଶଗଡ଼ ସରେଇପାଲି ଥାନାରେ ଅଟକ ହୋଇଥିଲେ ପିଆରଆଇ ମେମ୍ବର l ଗୁରୁବାର ରାତି ୧୧ଟାରୁ ୧୨ ଜଣ ପିଆରଆଇ ମେମ୍ବର ଅଟକ ଥିବାବେଳେ ସେମାନଙ୍କ ଠାରୁ ସୂଚନା ପାଇ ଝାରସୁଗୁଡା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଲ ଦାସ ପିଆରଆଇ ମେମ୍ବର ମାନଙ୍କୁ ଆଣିବା ପାଇଁ ଛତିଶଗଡ଼ ଯାଇଥିଲେ l ତେବେ ରାତି ୨ଟାରେ ବିଶାଲ ସେଠାକୁ ପହଞ୍ଚିବା ପରେ ପୋଲିସ ପିଆରଆଇ ମେମ୍ବରଙ୍କ ସହ ବିଶାଲ ଦାସଙ୍କୁ ମଧ୍ୟ ଅଟକ କରିଥିବା ଦୀପାଳି ଅଭିଯୋଗ କରିଥିଲେ l
ଏହି ଘଟଣାକୁ ନେଇ ଦୀପାଳି ଦାସ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ଦେଇଥିଲେ l ସେ କହିଥିଲେ ଗୁରୁବାର ରାତିରୁ ଭାଇ ବିଶାଲ ଦାସଙ୍କ ସହ କିର୍ମିରା ବ୍ଲକର ସରପଞ୍ଚ ସମିତି ମେମ୍ବର ମାନଙ୍କୁ ଛତିଶଗଡ଼ର ପୋଲିସ ଷ୍ଟେସନରେ ଅଟକ କରାଯାଇଥିଲା l ଓଡ଼ିଶା ପୋଲିସ ଛତିଶଗଡ଼ ଯାଇ ସେଠାକାର ପୋଲିସ ସହାୟତାରେ କୌଣସି ସର୍ଚ୍ଚ ୱାରେଣ୍ଟ ବିନା ପିଆରଆଇ ମେମ୍ବରଙ୍କୁ ଅଟକ ରଖିଥିଲେ l କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଥିବା ଅନାସ୍ଥା ପ୍ରସ୍ତାବକୁ ପ୍ରଭାବିତ କରିବା ପାଇଁ ଏହି ପ୍ରକାର ଉଦ୍ୟମ କରାଯାଉଥିବା ଦୀପାଳି କହିଥିଲେ l କାହିଁକି ଅଟକ କରାଯାଇଛି ସେନେଇ ମଧ୍ୟ କୌଣସି ସଠିକ ସୂଚନା ଦିଆଯାଉନଥିବା ଦୀପାଳି କହିଥିଲେ l ବିଶାଲ ଦାସ ଏବଂ ପିଆରଆଇ ମେମ୍ବର ଯଦି ଶୀଘ୍ର ଝାରସୁଗୁଡାରେ ନ ପହଞ୍ଚିବେ ସେଥିପାଇଁ ଓଡିଶା ସରକାର, ଛତିଶଗଡ଼ ପୋଲିସ ଓ ଓଡ଼ିଶା ପୋଲିସ ଦାୟୀ ହେବେ ବୋଲି ଦୀପାଳି କହିଥିଲେ l












Click it and Unblock the Notifications