ପବିତ୍ର ଦେବନ୍ନାନ ପୂର୍ଣ୍ଣିମା ପାଇଁ ଛତିସା ନିଯୋଗ ବୈଠକରେ ସ୍ଥିର ହେଲା ନୀତି ନିର୍ଘଣ୍ଟ
ପୁରୀ: ପବିତ୍ର ଦେବନ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ହେଲା ଚୂଡାନ୍ତ । ଜୁନ୍ ୨୧ ରାତି ସାଢେ ୩ଟା ମଙ୍ଗଳାର୍ପଣ ସରି ଭୋର୍ ୪ଟାରୁ ପହଣ୍ତି ଆରମ୍ଭ ହେବ, ପହଣ୍ତି ପାଇଁ ୨ ଘଣ୍ଚା ସମୟ ରହିଛି । ଅର୍ଥାତ୍ ଜୁନ୍ ୨୨ ତାରିଖ ସକାଳ ୬ଟାରେ ପହଣ୍ତି ଶେଷ ହେବ । ଏହାପରେ ୮ଟା ୧୦ରୁ ମଙ୍ଗଳ ଆଳିତି ଆରମ୍ଭ । ପୂର୍ବାହ୍ନ ୧୧ଟା ୨୦ରୁ ମଧ୍ୟାହ୍ନ ୧୨ଟା ୪୫ ମଧ୍ୟରେ ଜଳବିଜେ, ପୂଜା ଓ ଠାକୁରଙ୍କ ସ୍ନାନ ଶେଷ ହେବ ।
ସେହିପରି ଅପରାହ୍ନ ୨ଟାରୁ ଛେରାପହଁରା ପରେ ୨ ଟା ୪୦ରେ ଠାକୁରଙ୍କ ହାତୀବେଶ ଅନୁଷ୍ଠିତ ହେବ । ସନ୍ଧ୍ୟା ୬ଟା ୩୦ ରୁ ରାତି ସାଢେ ୬ଟା ପର୍ଯ୍ୟନ୍ତ ୩ ଘଣ୍ଟା ସାହାଣ ମେଲା ଦର୍ଶନର ସମର ନିର୍ଦ୍ଦାରିତ କରାଯାଇଛି ।

ସ୍ନାନମଣ୍ତପରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ତିନି ଠାକୁର । ଏହାପରେ ସ୍ନାନଯାତ୍ରାର ବାହୁଡା ପହଣ୍ତି ରାତି ୧୦ରୁ ଆରମ୍ଭ ହେବ ଯାହା ରାତି ୧ଟା ସମୟରେ ଶେଷ ହେବ । ଅନ୍ୟପକ୍ଷରେ ଜୁନ୍ ୧୭ ତାରିଖରେ ରାଜେନ୍ଦ୍ରାଭିଷେକ, ୧୮ରେ ରୁକ୍ମିଣୀ ହରଣ ଏକାଦଶୀ ଏବଂ ମହାପ୍ରଭୁଙ୍କ ବିବାହ ଅନୁଷ୍ଠିତ ହେବ , ୧୯ରେ ଚମ୍ପକ ଦ୍ୱାଦଶୀ, ୨୦ରେ ଦିଇତାପତି ପ୍ରେବଶ ଏବଂ ୨୧ରେ ସେନାପଟା ଲାଗି ରହିଛି ।
ଏହି ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ସହ କିପରି ଶେଷ ହେବ ତା'ଉପରେ ଗୁରୁତ୍ୱଦିଆଯିବ । ତେବେ ସମସ୍ତ ପ୍ରସ୍ତୁତି ନେଇ ସବ୍ କମିଟି ପ୍ରସ୍ତୁତ କରିଥିବା ନୀତିକାନ୍ତିରେ ମୋହର ମାରିଛି ଛଚିଶା ନିଯୋଗ ।












Click it and Unblock the Notifications