ଆଜି ଛତିଶା ନିଯୋଗ ବୈଠକ; ଆସନ୍ତା ୭ ତାରିଖରେ ପଡୁଥିବା ଚନ୍ଦ୍ର ଗ୍ରହଣରେ ନୀତିକାନ୍ତି ପରିଚାଳନା ପାଇଁ ସ୍ୱତନ୍ତ୍ର ବୈଠକ
ଆଜି ବସିବ ଛତିଶା ନିଯୋଗ ବୈଠକ । ଆସନ୍ତା ୭ ତାରିଖରେ ପଡୁଥିବା ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତି ପରିଚାଳନା ପାଇଁ ସ୍ୱତନ୍ତ୍ର ଭାବେ ବୈଠକ ଅନୁଷ୍ଠିତ ହେବ।

ଶ୍ରୀମନ୍ଦିର ପରିସରରେ ଶିଶୁ ଓ ମା'ମାନଙ୍କ ସକାଶେ ଶିଶୁ ସ୍ତନ୍ୟପାନ ଗୃହ ସୋମବାର ଠାରୁ କାର୍ଯ୍ୟକ୍ଷମ ହୋଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତଙ୍କ ସହିତ ସାଥୀରେ ଶିଶୁ ଆସିଥାନ୍ତି। ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା'ମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ସ୍ତନ୍ୟପାନ ଗୃହ କରାଯିବାକୁ ଅନେକ ଦିନରୁ ଯୋଜନା ହୋଇଥିଲା।
ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ତଳେ ଶୀତତାପ ନିୟନ୍ତ୍ରିତ ଏକ ଗୃହରେ ଏକକାଳୀନ ୪ ମହିଳା ଶିଶୁଙ୍କୁ ସ୍ତନ୍ୟପାନ କରିବାର ବ୍ୟବସ୍ଥା ହୋଇଛି। ମା'ମାନଙ୍କୁ ସହାୟତା କରିବା ପାଇଁ ୨ ମହିଳା ଜେଟିପିଙ୍କୁ ନିୟୋଜିତ କରାଯାଇଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଭକ୍ତ ଓ ସେବାୟତ ସ୍ୱାଗତ କରିଛନ୍ତି। ଏହା ବ୍ୟତୀତ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ମଧ୍ୟ ସ୍ତନ୍ୟପାନ ଗୃହର ଆବଶ୍ୟକତା ରହିଛି ବୋଲି ଭକ୍ତ କହିଛନ୍ତି। ପ୍ରକାଶ ଥାଉକି, ଏହି ସ୍ତନ୍ୟପାନ ଗୃହରେ ମେଡିକାଲ ଟିମ୍ ମୁତୟନ ହୋଇଥିବା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି।












Click it and Unblock the Notifications