ଆଜି ଛାଡ଼ଖାଇ, ଜାଣନ୍ତୁ ଛାଡଖାଇର ପ୍ରକୃତ ଅର୍ଥ ?
ସରିଲା ଧର୍ମ ମାସ କାର୍ତ୍ତିକ । ଆଜି ହେଉଛି ଛାଡଖାଇ । ମାସକ ଯାକ ନିରାମିଷ ଖାଇବା ପରେ ଆଜି ପାଟିରେ ଟିକିଏ ଆମିଷ ବାଜିବ । ଚଳିତ ବର୍ଷ ମଙ୍ଗଳବାରରେ ଛାଡଖାଇ ପଡିଥିଲେ ମଧ୍ୟ ଆମିଷ ଦୋକାନରେ ଖଚାଖଚ୍ ଭିଡ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ପ୍ରକୃତରେ ଛାଡଖାଇର ଅର୍ଥ କ'ଣ ? କାହିଁକି ପାଳନ କରାଯାଏ ଛାଡଖାଇ । ଏନେଇ ବିଭିନ୍ନ କିମ୍ବଦନ୍ତୀ ରହିଛି । ତେବେ ଆସନ୍ତୁ ଜାଣିବା ସେ ସବୁ ବିଷୟରେ ...
ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି ହେଉଛି ଛାଡ଼ଖାଇ । ଧର୍ମ ମାସ କାର୍ତ୍ତିକ ମାସ ଶେଷ ହେବାର ପରଦିନ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ପାଳନ କରାଯାଏ ଛାଡଖାଇ । ବହୁ ଲୋକ ସମ୍ପୂର୍ଣ୍ଣ କାର୍ତ୍ତିକ ମାସ ସାରା ଆମିଷ ଭକ୍ଷଣ କରୁନଥିବା ବେଳେ କିଛି କିଛି ଲୋକ କେବଳ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ ପଞ୍ଚୁକରୁ ଆମିଷ ଭକ୍ଷଣ କରିନଥାନ୍ତି ।

କଥା ଅନୁସାରେ, ହବିଷ କରୁଥିବା ମହିଳାମାନେ ପୁରା ମାସ ସାରା ଗୋଟିଏ ଥର ଖାଇ ବ୍ରତ ପାଳନ କରିଥାନ୍ତି । ପୂର୍ଣ୍ଣମୀ ପରଦିନକୁ ସେମାନେ ଛାଡଖାଇ ଭାବରେ ପାଳନ କରନ୍ତି । ସେଦିନ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରି ଥାଆନ୍ତି । ଯେହେତୁ ଖାଇବା ଛାଡି ଦେଇଥାଆନ୍ତି, ସେଥିପାଇଁ ଛାଡଖାଇ କୁହାଯାଏ ।
ଅନ୍ୟ ଏକ ଲୋକ କଥା ଅନୁସାରେ, କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ସେବେଠୁ ଏହି ଛାଡ଼ଖାଇର ପ୍ରଥା ରହି ଆସୁଛି ବୋଲି ଶୁଣିବାକୁ ମିଳିଥାଏ ।
କିନ୍ତୁ ଆଜିକାଲିର ଯୁବପିଢି ଛାଡଖାଇକୁ ଅଲଗା ଅର୍ଥରେ ନେଇ, ଏହି ପବିତ୍ର ଦିନରେ ଲକ୍ଷ ଲକ୍ଷ ନିରୀହ ଜୀବଙ୍କୁ କଲବଲ କରି ମାରି ତାକୁ ଭକ୍ଷଣ କରିଥାନ୍ତି । ମାସକ ଯାକରେ ଅର୍ଜନ କରିଥିବା ସବୁ ପୂଣ୍ୟକୁ ସାରି ଏହି ଦିନ ଅନେକ ପାପର ଭାଗୀଦାରି ହୋଇଥାନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications