ରାସାୟନିକ ବିପର୍ଯ୍ୟୟର ମୁକାବିଲା: ରାଜ୍ୟର ୧୦ଟି ଜିଲ୍ଲାର ୨୮ଟି ଶିଳ୍ପାନୁଷ୍ଠାନରେ ମକ୍ ଏକ୍ସରସାଇଜ ଅନୁଷ୍ଠିତ

ଭୁବନେଶ୍ୱର: ରାସାୟନିକ ବିପର୍ଯ୍ୟୟର ମୁକାବିଲା ଓ ଏହି ଭଳି ଆପଦକାଳୀନ ସ୍ଥିତିର ସାମ୍‌ନା କରିବା ପାଇଁ ପ୍ରାକ୍‌ ପ୍ରସ୍ତୁତି ସ୍ୱରୂପ ୧୦ ଜିଲ୍ଲାର ୨୮ଟି ଶିଳ୍ପ ଅନୁଷ୍ଠାନ ଓ ପାରାଦ୍ୱିପ ପୋର୍ଟଠାରେ ମକ୍‌ ଏକ୍ସରସାଇଜ ଅନୁଷ୍ଠିତ ହୋଇଯାଇଛି । ଏହି ମକ୍‌ ଏକ୍ସରସାଇଜ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ଶିଳ୍ପ ଅନୁଷ୍ଠାନଗୁଡ଼ିକରେ ୩⁄୪ଦି ଭବିଷ୍ୟତରେ କୌଣସି ପ୍ରକାର ରାସାୟନିକ ଗ୍ୟାସ୍‌ ଲିକ୍‌ ହେବା, ବିଷ୍ଫୋରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦୁର୍ଘଟଣା ଘଟିଲେ ତାହାକୁ ତ୍ୱରିତ ବେଗରେ ପ୍ରଭାବଶାଳୀ ଭାବେ କିପରି ପ୍ରଶମନ କରାଯାଇପାରିବ ସେ ସଂପର୍କରେ ସତର୍କ ଓ ପ୍ରସ୍ତୁତ ରହିବା ଦରକାର, ଏହା ସେ ସଂ ପର୍କିତ ଏକ ଜରୁରୀକାଳୀନ ତାଲିମ ।

ଏଥିରେ ଜିଲ୍ଲା ପ୍ରଶାସନ, ଶିଳ୍ପ ସଂସ୍ଥା, ଜାତୀୟ ଓ ରାଜ୍ୟସ୍ତରୀୟ ଉଦ୍ଧାରକାରୀ ଦଳ, ସେ୍ୱଚ୍ଛାସେବୀ ଓ ପ୍ରଭାବିତ ହେବାକୁ ଥିବା ଜନସାଧାରଣ ସମସ୍ତେ ଏହି ଭଳି ପ୍ରାକ୍‌ ପ୍ରସ୍ତୁତିରେ ସାମିଲ ହୋଇଥିଲେ । ଏହି ମକ୍‌ ଏକ୍ସରସାଇଜରେ ଜରୁରୀକାଳୀନ ପ୍ରତିକ୍ରିୟାକୁ ଶୃଙ୍ଖଳିତ କରିବା, ଖାଲିଥିବା ସ୍ଥାନ ଚିହ୍ନଟ କରିବା, ପ୍ରାରମ୍ଭିକ ଚେତାବନୀ, ସତର୍କତା, ନିରାପତ୍ତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଶିଳ୍ପାନୁଷ୍ଠାନଗୁଡ଼ିକର ଗଚ୍ଛିତ ରାସାୟନିକ ପଦାର୍ଥ ଏବଂ ବିପଜ୍ଜନକ ଓ ଦହନଶୀଳ ସାମଗ୍ରୀଗୁଡ଼ିକ ଆଧାରରେ ଚିହ୍ନଟ କରି ମକ୍‌ ଏକ୍ସରସାଇଜ ଅନୁଷ୍ଠିତ ହୋଇଥିଲା । ଆ ପଦକାଳୀନ ପରିସ୍ଥିତିର ସାମ୍‌ନା କରିବାର ପ୍ରସ୍ତୁତି ସ୍ୱରୂ ପ ନିକଟସ୍ଥ ଗ୍ରାମବାସୀମାନଙ୍କୁ ନିରା ପଦ ସ୍ଥାନକୁ ସ୍ଥାନାନ୍ତର କରଯାଇଥିଲା ।

Chemical Science exercise

ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ଶିଳ୍ପାନୁଷ୍ଠାନ, ସ୍ଥାନୀୟ େ ପାଲିସ, ଅଗ୍ନିଶମ ବିଭାଗ, ଡାକ୍ତରୀ ଦଳ, ପଞ୍ଚାୟତିରାଜ ପ୍ରତିନିଧି ଏହି ଭଳି ପ୍ରାକ୍‌ ପ୍ରସ୍ତୁତିରେ ସାମିଲ ହୋଇଥିଲେ । ଏହା ସହ ଫ୍ୟାକଫି୍ର ଓ ବଏଲର ନିର୍ଦ୍ଦେଶାଳୟ, ରାଜ୍ୟ ପ୍ରଦୂଷଣ ବୋର୍ଡ, ଭାରତୀୟ ସେନା, ବାୟୁସେନା, ନୌସେନା, ସିଆଇଏସ୍‌ଏଫ୍‌ ଭଳି ସଂଗଠନ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

Chemical Science exercise

ଏହି ମକ୍‌ ଏକ୍ସରସାଇଜ୍‌ ସମାପ୍ତ ହେବା ପରେ ଭୁବନେଶ୍ୱର ରାଜ୍ୟ ଜରୁରୀକାଳୀନ ଅପରେସନ୍‌ ସେଣ୍ଟରଠାରେ ଭର୍ଚୁଆଲ ମୋଡ୍‌ ମାଧ୍ୟମରେ ଆୟୋଜିତ ବୈଠକରେ ୧୦ ଜିଲ୍ଲା ପ୍ରଶାସନର ଅଧିକାରୀ ଚିହ୍ନଟ ଶଳ୍ପିାନୁଷ୍ଠାନଗୁଡ଼ିକର ପ୍ରତିନିଧି, ପାରାଦ୍ୱିପ ପୋର୍ଟ ଅଥରଟିର ପ୍ରତିନିଧିଗଣ ଏହି ପ୍ରାକ୍‌ ପ୍ରସ୍ତୁତି ସଂ ପର୍କରେ ନିଜ ନିଜର ଅନୁଭୂତି ଓ ମତ ଏବଂ ପ୍ରସ୍ତାବ ଆଗତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+