ପଦ୍ମପୁର ଉପନିର୍ବାଚନ: ମୁଁ କଥା ନୁହେଁ, କାମରେ ବିଶ୍ୱାସ କରେ: ମୁଖ୍ୟମନ୍ତ୍ରୀ
ମୁଁ କଥା ନୁହେଁ, କାମରେ ବିଶ୍ୱାସ କରେ: ମୁଖ୍ୟମନ୍ତ୍ରୀ
ପଦ୍ମପୁର: ପଦ୍ମପୁର ଝାରବନ୍ଧରେ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କଲେ ବିଜେଡି ସୁପ୍ରିମୋ । ଜୟ ନୃସିଂହନାଥ କହି ଅଭିଭାଷଣ ଆରମ୍ଭ କରିବା ସହ ଗଙ୍ଗାଧର ମେହରଙ୍କ ପବିତ୍ର ମାଟିକୁ ପ୍ରଣାମ ଜଣାଇଲେ । ଏହାସହ ପଦ୍ମପୁରବାସୀଙ୍କୁ ଜୁହାର ଜଣାଇ କହିଲେ ଗରିବ ଲୋକଙ୍କ ହକ୍ ପାଇଁ ମୁଁ ଲଢୁଛି । ସୁଖ ଦୁଃଖରେ ସବୁ ବେଳେ ସାମିଲ୍ ହୋଇଛି ।

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି 'କେନ୍ଦୁପତ୍ର ତୋଳାଳିଙ୍କ ହକ୍ ପାଇଁ, ଚାଷୀଙ୍କ ଉନ୍ନତି ପାଇଁ କାମ କରୁଛି । ମା'ମାନଙ୍କ ଉନ୍ନତି ପାଇଁ ଓଡ଼ିଶା ସବୁଠାରୁ ଭଲ କାମ କରୁଛି । ମା'ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ । ଆପଣଙ୍କର ଅନେକ ଦାବି ରହିଛି, ଆପଣଙ୍କର ସ୍ୱପ୍ନ ସାକାର ହେବ' । ସେହିପରି କେନ୍ଦୁପତ୍ରରେ ଜିଏସଟି ନେଇ କେନ୍ଦ୍ରକୁ ଟାର୍ଗେଟ୍ କଲେ ନବୀନ । କେନ୍ଦ୍ର ସୁନା ଉପରେ କେବଳ ୩ ପ୍ରତିଶତ ଜିଏସଟି ଲଗାଉଥିବା ବେଳେ କେନ୍ଦୁପତ୍ରରେ ୧୮% ଜିଏସଟି ଲାଗାଉଛି । ମୁଁ ଆପଣଙ୍କ ହକ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।












Click it and Unblock the Notifications