ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ଶରଧାବାଲିରେ ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ। ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ। ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ମଦନ ମୋହନ, ରାମକୃଷ୍ଣ, ଶ୍ରୀ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ।

rath yatra

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଶ୍ରଦ୍ଧାଳୁମାନେ କିଭଳି ସୁବିଧାରେ ଦର୍ଶନ କରିବେ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଗର୍ଭଗୃହରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷରେ ଆଜିଠୁ ଶ୍ରୀମନ୍ଦିର ଗର୍ଭଗୃହର ଆବଶ୍ୟକୀୟ ମରାମତି ପାଇଁ ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟଙ୍କ ସହ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଯାଞ୍ଚ କରିବେ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରଥଯାତ୍ରା ସମୟରେ ଏହି ଯାଞ୍ଚ ଓ ଆବଶ୍ୟକ ସ୍ଥଳେ ମରାମତି କାର୍ଯ୍ୟ କରାଯିବ। ଅଧରପଣା ନୀତି ପୂର୍ବରୁ ଏହି ପ୍ରକ୍ରିୟାକୁ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ବୈଷୟିକକମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ତ୍ତ ବିଭାଗ ଇଞ୍ଜିନିୟର ମୁଖ୍ୟ ଡକ୍ଟର ଏନ୍.ସି.ପାଲ୍। ଗୁଣ୍ଡିଚାମନ୍ଦିର ମରାମତି, ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ଏବଂ ରତ୍ନଭଣ୍ଡାର ସ୍ଥିତି ସଂପର୍କରେ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପୁରୀ ବ୍ୟୁରୋ ହେଡ୍ ପ୍ରଦୀପ ମହାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+