କାଲି ରାଖି ପିନ୍ଧିବେ ଚତୁର୍ଦ୍ଧା ମୂର୍ତ୍ତି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଆସନ୍ତା ଶନିବାର ରାଖି ପିନ୍ଧିବେ ମହାପ୍ରଭୁ । ବଡ଼ ଠାକୁରଙ୍କ ପାଇଁ ବଡ଼ ରାଖି ପ୍ରସ୍ତୁତିରେ ଲାଗିଛନ୍ତି ସେବାଯତ। ବିଭିନ୍ନ ରଙ୍ଗର ରାଖି ପିନ୍ଧିବେ ଚତୁଦ୍ଧାମୂର୍ତ୍ତି। ଗହ୍ମା ପୂନେଇଁରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧିବେ ଭଉଣୀ ସୁଭଦ୍ରା । ଦୁଇ ଭାଇ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧି ନିଜ ପାଇଁ ସୁରକ୍ଷା ଲୋଡ଼ିବେ ଦେବୀ ସୁଭଦ୍ରା। ଭାଇ ଭଉଣୀଙ୍କ ଥିବା ଏହି ସମ୍ପର୍କ ଡୋରି ନିଦର୍ଶନକୁ ଗହ୍ମା ପୁନେଇଁରେ ଦର୍ଶନ କରି ନିଜକୁ ଧନ୍ୟ ମଣିବେ ଭକ୍ତ। ମହାପ୍ରଭୁଙ୍କ ରାଖି ତିଆରି କରୁଥିବା ସ୍ବତନ୍ତ୍ର ସେବକ ପାଟରା ବିଷୋୟୀ ସେବକ ନିଜ ବାସଗୃହରେ ରାଖୀ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

Rakhi tomorrow

ମହାପ୍ରଭୁ ଶ୍ରୀଜଗନ୍ନାଥ ଦୁଇଟି ଓ ଶ୍ରୀବଳଭଦ୍ର ଦୁଇଟି ଲେଖାଏଁ ରାଖି ପରିଧାନ କରିଥାନ୍ତି। ଏଥିସହ ହାତରେ ଦୁଇଟି ଲେଖାଏଁ ଗୁଆ/ମାଳ ପରିଧାନ କରି ରାଖି ପୂର୍ଣ୍ଣିମାରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ରାଖି ତିଆରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ବିଷୋୟୀ ସେବକଙ୍କୁ ଆବଶ୍ୟକ ପରିମାଣର ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି। ଏହାକୁ ପ୍ରାକୃତିକ ରଙ୍ଗରେ ବୁଡ଼ାଇ ଖରାରେ ଶୁଖାଯାଏ। ହଳଦିଆ, ନାଲି, ନେଳି ଓ ବାଇଗଣୀ ରଙ୍ଗରେ ବାସୁଙ୍ଗା ପାଟକୁ ରଙ୍ଗିନ କରାଯିବା ପରେ ତାକୁ ନିର୍ଦିଷ୍ଟ ମାପରେ କଟାଯାଇ ଗୋଲେଇ ଆକାରରେ ପ୍ରସ୍ତୁତ କରାଯାଇଥାଏ। କାଠ ପାନିଆରେ ଏହାକୁ ସାଇଜ କରାଯାଇ ୫ଥାକିଆ ରାଖୀ ପ୍ରସ୍ତୁତ କରାଯାଏ। ବାସୁଙ୍ଗା ପାଟରେ ଡୋରି ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଏଥି ସହିତ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ପ୍ରସ୍ତୁତ କରାଯାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହଳଦିଆ ଓ ନାଲି ଗଙ୍ଗର ଗୁଆମାଳ ଏବଂ ପ୍ରଭୁ ଶ୍ରୀବଳଭଦ୍ର ନେଳି ଓ ବାଇଗଣୀ ରଙ୍ଗର ଗୁଆମାଳ ପରିଧାନ କରିଥାନ୍ତି। ଏହାବ୍ୟତୀତ ବାସୁଙ୍ଗା ପାଟରେ ୧୫ଟି ଛୋଟ ରାଖି ପ୍ରସ୍ତୁତ କରାଯାଏ। ଶ୍ରୀମନ୍ଦିର ଭିତରେ ଥିବା ପାଶ୍ୱର୍ ଦେବାଦେବୀ ମଧ୍ୟ ଏହି ଛୋଟ ରାଖିକୁ ପରିଧାନ କରିଥାନ୍ତି । ସେହିପରି ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦୀରରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଏ। ବଡଠାକୁର ପ୍ରଭୁ ବଳଭଦ୍ରଙ୍କ ଆଗରେ ଝୋଟି ମୁରୁଜ ପଡି ଏକ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇଥାଏ। ଏହାକୁ ଷଷ୍ଠୀ ମାର୍କଣ୍ଡି ପୂଜା କୁହାଯାଏ। ଏହି ପୂଜାରେ ସ୍ୱତନ୍ତ୍ର ଭୋଗ ପ୍ରସ୍ତୁତ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+