ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି ନେଇ ହେବ ଆଲୋଚନା
Chattisha Niyoga Meeting: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଆଲୋଚନା ହୋଇପାରେ ତେବେ କିପରି ନୀତିକାନ୍ତି ପ୍ରଭାବିତ ନ ହୋଇ ମରମତି କାର୍ଯ୍ୟ ହେବ ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବ । ଏହାସହ ଶ୍ରୀମନ୍ଦିରରେ ପୂଜା ନୀତି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ କିଭଳି ସହଳ କରାଯାଇ ପାରିବ ସେନେଇ ଆଲୋଚନା ହୋଇ ପରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ହେବ।

ସେହିପରି ରତ୍ନଭଣ୍ତାର ମରାମତି ପାଇଁ ପ୍ରତିଦିନ ୫ ରୁ ୬ ଘଣ୍ଟା ଆବଶ୍ୟକ ରହିଛି ତେବେ କେଉଁ ସମୟରେ କେଉଁ ନୀତି କରାଯିବ ଏବଂ କେଉଁ ସମୟରେ ମରାମତି କାର୍ଯ୍ୟ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ । ଆସନ୍ତା ୧୬ରୁ ଆରମ୍ଭ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ, ଜାନୁଆରୀ ୧୩ରେ ଶ୍ରୀମନ୍ଦିରରେ ଦେବାଭିଷେକ ପୂର୍ଣ୍ଣିମା ଏବଂ ୧୪ରେ ମକର ସଂକ୍ରାନ୍ତି ହେବ। ଏ ସଂକ୍ରାନ୍ତ ନୀତି ନିର୍ଘଣ୍ଟ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ରତ୍ନଭଣ୍ଡାର ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେଭଳି ଅସୁବିଧା ନହେବ ସେନେଇ ଆଲୋଚନା ହେବ।
ଆସନ୍ତା ୧୬ରୁ ରତ୍ନଭଣ୍ଡାର ମରାମତି ପାଇଁ ଦିନ ଧାର୍ଯ୍ୟ। ଦିନ ଧାର୍ଯ୍ୟ ନେଇ ASI ଅଧୀକ୍ଷକଙ୍କ ପକ୍ଷରୁ ସୂଚନା। ଏନେଇ ନୀତି ସବ୍ କମିଟି ବୈଠକରେ ଅଧିକ ନିଷ୍ପତ୍ତି ନିଆଯିବ । ଆମେ ୧୬ରୁ କାମ ଆରମ୍ଭ କରିବା ନେଇ ଦିନ ଧାର୍ଯ୍ୟ କରିଛୁ। ମରାମତି ପାଇଁ ଦୈନିକ ୫ରୁ ୬ ଘଣ୍ଟା ସମୟ ନେବୁ । ପ୍ରଥମେ ବାହାର ପରେ ଭିତର ରତ୍ନଭଣ୍ଡାର କାମ କରିବୁ। କୌଣସି ସ୍ଥାନରେ ପଥର ବଦଳାଇବାକୁ ଆବଶ୍ୟକ ଥିଲେ ବଦଳାଇବୁ।
ପ୍ରକାଶଥାଉକି, ଜୁଲାଇ ମାସରେ ଯାଞ୍ଚ ପାଇଁ ଖୋଲା ଯାଇଥିଲା ରତ୍ନ ଭଣ୍ଡାର । ଏହାପରେ ମରାମତି କାର୍ଯ୍ୟପାଇଁ ଶ୍ରୀମନ୍ଦିର ଷ୍ଟ୍ରଙ୍ଗରୁମକୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଥିଲା । କହିରଖୁଛୁ କି, ଆସନ୍ତା 16 ତାରିଖରୁ ପହିଲି ଭୋଗ ନୀତି ଆରମ୍ଭ ହୋଇ ଆସନ୍ତା 1 ମାସ ପର୍ଯ୍ୟନ୍ତ ଚାଲିବ ।
ଆସନ୍ତା ଜାନୁଆରୀ ମାସରେ ମକର ସଂକ୍ରାନ୍ତି ଏବଂ ବର୍ତ୍ତମାନ ଡିସେମ୍ବର ଶେଷ ହେବାକୁ ବସିଥିବା ବେଳେ ନୂଆବର୍ଷରେ ଭକ୍ତଙ୍କ ଗହଳି ହେବା ନେଇ ଆଶା କରାଯାଉଛି । ଏଭଳି ସ୍ଥିତିରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏକପ୍ରକାର ଚାଲେଞ୍ଜ ଅଟେ । ଡିସେମ୍ବର 31 ତାରିଖ ସୁଦ୍ଧା ଏହି ମରାମତି କାର୍ଯ୍ୟ ଶେଷ ହେବ । ଏହାସହିତ ରତ୍ନଭଣ୍ଡାର ଗଣତି ମଣତି ମଧ୍ୟ ଡିସେମ୍ବର 31 ତାରିଖ ସୁଦ୍ଧା ଶେଷ ହୋଇଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଥିଲା ।












Click it and Unblock the Notifications