ଆଜି ବସିବ ଛତିଶା ନିଯୋଗ ବୈଠକ: ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲା ନେଇ ଆସିପାରେ ସ୍ପଷ୍ଟ ଚିତ୍ର

ପୁରୀ : ଆଜି ବସିବ ଛତିଶା ନିଯୋଗ ବୈଠକ । ସଂଧ୍ୟା ୫ଟାରେ ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ । କେବଳ ପୁରୀବାସୀଙ୍କ ପାଇଁ ଚାରି ଦ୍ୱାର ଖୋଲାଯିବ ନା ସମସ୍ତଙ୍କ ପାଇଁ ଖୋଲାଯିବ, ସେନେଇ ନିଷ୍କର୍ସ ବାହାରିପାରେ ।

ଭକ୍ତଙ୍କ ପାଇଁ କେବେ ଖୋଲିବ ଚାରି ଦ୍ଵାର ? ତାହା ଏବେ ସବୁଠି ପ୍ରଶ୍ନ । ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ଦାବି ହେଉଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଚାରିଦ୍ବାର ଖୋଲିବା ଦାବି ଜୋରଦାର ହେଉଛି।

jagannath_temple

ଚାରି ଦୁଆର ନଖୋଲାହେବା ଯୋଗୁଁ ପୁରୀବାସୀ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ପ୍ରତିଦିନ ପୁରୀ ବାସିନ୍ଦା ମାନେ ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଓ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିର କୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି।କିନ୍ତୁ ବିଡମ୍ବନା ବିଷୟ ସ୍ଥାନୀୟ ବାସିନ୍ଦା ମାନଙ୍କୁ ଅନ୍ୟ ଦ୍ବାର ବାଟରେ ଛଡାଯାଉନଥିବାରୁ ଦର୍ଶନରୁ ବଞ୍ଚିତ ହେଉଛନ୍ତି।

ଶ୍ରୀମନ୍ଦରରେ ବନକଲାଗି ନୀତି ବି ବହୁ ଦିନରୁ ହେଇ ନାହିଁ। ଗତ ବୁଧବାର ଏହି ନୀତି ହେବାର ଥିଲା କିନ୍ତୁ ହୋଇନାହିଁ। ସେ ନେଇ ବି ଆଲୋଚନା ହୋଇପାରେ।

ରଥଯାତ୍ରା ପରେ ଚାରି ଦୁଆର ଖୋଲିବା ନେଇ ସମନ୍ୱୟ ବୈଠକରେ ଆଲୋଚନା ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ କିଛି ହୋଇ ନାହିଁ। ଇତି ମଧ୍ୟରେ ଚାରି ଦୁଆର ଖୋଲିବା ନେଇ ସଚେତନ ନାଗରିକ ମଞ୍ଚ ତରଫରୁ ଏକଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି।

ଚାରି ଦୁଆର ଖୋଲି ଭକ୍ତଙ୍କ ସହଜ ଓ ଶୃଙ୍ଖଳିତ ଦର୍ଶନ ଉପରେ ଦାବୀ ଜୋର ଧରିଛି। ତେବେ ଏ ସବୁ ଦାବୀ ସତ୍ତ୍ୱେ ଶ୍ରୀ ମନ୍ଦିର ପ୍ରଶାସନ କଣ ନିଷ୍ପତି ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+