Chatar jatra 2025: ଆସନ୍ତା ୩୦ରେ ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା
କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା (manikeswari chatar jatra)ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବ। ଏହି ଉତ୍ସବ ପାଳନ ପାଇଁ ଶନିବାର ଭବାନୀପାଟଣାସ୍ଥିତ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସେହିପରି ଅକ୍ଟୋବର ୨ ତାରିଖ ବିଜୟା ଦଶମୀ ଉପଲକ୍ଷେ ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଜିଲ୍ଲାପାଳ ମା'ଙ୍କ ଛତର ଯାତ୍ରା କିପରି ଶାନ୍ତିଶୃଙ୍ଖଳା ସହ ପାଳନ କରାଯିବ ସେ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସେପ୍ଟେମ୍ବର ୩୦ ମହାନବମୀ ପ୍ରାତଃ ୪ଟାରେ ଜେନାଖାଲଠାରେ ରୀତିନୀତି ପୂଜାର୍ଚ୍ଚନା ପରେ ମା'ଙ୍କ ଛତରଯାତ୍ରା ଘଣ୍ଟ ବାଦ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କ ଗହଣରେ ରାଜପ୍ରାସାଦସ୍ଥିତ ମା' ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ତେବେ ଏହି ଉପଲକ୍ଷେ ଭବାନୀପାଟଣା ସହରର ସମସ୍ତ ରାସ୍ତାଘାଟ, ନାଳନର୍ଦ୍ଦମା ସଫାସୁତୁରା ସହ ରାସ୍ତା ପାର୍ଶ୍ୱରେ ଲାଗିଥିବା ସମସ୍ତ ସିସି କ୍ୟାମେରା ଠିକ୍ କରିବା ପାଇଁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications