ରାଉରକେଲା ରଘୁନାଥପାଲିରେ ଚାର୍ଟର ବିମାନର କ୍ରାସ୍ ଲ୍ୟାଣ୍ଡିଂ, ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ରାଉରକେଲା ବିମାନ ଦୁର୍ଘଟଣାରେ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ କୃପାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଖବର ଆଶ୍ୱସ୍ତିକର ।ଆହତ ବ୍ୟକ୍ତିମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବାକୁ ନିର୍ଦ୍ଦେଶ । ମୁଁ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ ନଜର ରଖିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।

ସୂଚନା ଯୋଗ୍ୟ ଯେ ରାଉରକେଲା ରଘୁନାଥପାଲିରେ ଛୋଟ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଜଲଦା ଏ ବ୍ଲକରେ ଛୋଟ ବିମାନ ଦୁର୍ଘଟଣା ହେବାରୁ ୬ଜଣ ଆହତ ହୋଇଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ରାଉରକେଲାରୁ ଭୁବନେଶ୍ୱର ଆସୁଥିଲା ଯାତ୍ରୀବାହି ବିମାନ । ୯ ସିଟ ବିଶିଷ୍ଟ ବିମାନଟି ୧୦କିମି ଉଡାଣ ପରେ ଦୁର୍ଘଟଣା ହୋଇଥିବା ମନ୍ତ୍ରୀ କହିଛନ୍ତି । ଇଣ୍ଡିଆୱାନ୍ ଏୟାର ଫ୍ଲାଇଟ୍ ଭିଟି-୧୦୨ ଦୁର୍ଘଟଣା ଘଟିଛି । ଏଥିରେ କ୍ରୁ କ୍ୟାପଟେନ୍ ନବୀନ ଓ କ୍ୟାପଟେନ ଶ୍ରୀବାସ୍ତବ ରହିଥିଲେ ।
ଯାନ୍ତ୍ରିକ ତ୍ରୁଟି କାରଣରୁ ଇଣ୍ଡିଆୱାନ୍ ବିମାନଟି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି । ଆହତ ହୋଇଥିବା ସମସ୍ତ ୬ଜଣ ଏବେ ସୁରକ୍ଷିତ ଅଛନ୍ତି । ରଘୁନାଥପୁର ପୁଲିସ ପହଞ୍ଚି ତଦନ୍ତ କରୁଛି । ବିମାନଟି ରାଉରକେଲାରେ ଅପରାହ୍ନ ୧.୧୫ମିନିଟରେ ଅବତରଣ କରିବାର ଥିଲା । ହେଲେ ଜଲଦା ନିକଟରେ ଅବତରଣ କରିଥିଲା ।
-
ରାଜଧାନୀରେ ଗ୍ୟାସ୍ ଟେନସନ, LPG ସିଲିଣ୍ଡର ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ୍ -
ଖୁସିଖବର: ୩୦ଟି ଜିଲାରେ ହେବ MSME ଇ-ପାର୍କ -
ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍ଦାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପୁରୀ ମହାନଗର ନିଗମ ଗଠନ ନେଇ ପ୍ରକାଶ ପାଇଲା ଚୂଡ଼ାନ୍ତ ବିଜ୍ଞପ୍ତି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ -
କର୍ତ୍ତବ୍ୟରେ ଅବହେଳା ପାଇଁ ୩ ବନ କର୍ମଚାରୀ ସସପେଣ୍ଡ -
ନୀତି ବିଭ୍ରାଟ, ବୁଧବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ -
ଆଜି ବଜେଟ୍ ଅଧିବେଶନର ୩ୟ ଦିନ, ରହିଛି ଏକାଧିକ ବିଭାଗର ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ -
ବାଲେଶ୍ୱରରେ ଭୁଶୁଡୁଛି ବିଜେଡି ଗଡ଼; ଦଳ ଛାଡ଼ିଲେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା -
ରାଜ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା -
କଳିଙ୍ଗ ଷ୍ଟୁଡିଓ ଛକରେ ଭୟଙ୍କର ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି












Click it and Unblock the Notifications