ଚାଲିଛି ୩ ରଥର ଚକ ନିର୍ମାଣ କାର୍ଯ୍ୟ: ଜାଣନ୍ତୁ ଆଜି କେତେ ସେବକ ଅଛନ୍ତି ନିୟୋଜିତ
ପୁରୀ: ଚଳଚଞ୍ଚଳ ହୋଇପଡିଛି ରଥଖଳା । ତିନି ଠାକୁରଙ୍କ ରଥ ନିର୍ମାଣରେ ଲାଗିପଡିଛନ୍ତି ମହାରଣା ଓ ଭୋଇ ସେବାୟତ । ରଥଖଳାରେ ତିନି ରଥର ୨ଟି ଲେଖାଏଁ ନାହକା ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଆଉ ୨ ଟି ଲେଖାଏଁ ନାହକା ଚକ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ଓ ରୂପକାର ସେବକଙ୍କ ଦ୍ଵାରା ଗୁଜ ଗୁଡିକରେ ସିଂହ ବିରାଳ ରୂପ ଖୋଦେଇ ଜାରି ରହିଛି ।
ଏହାବ୍ୟତୀତ ଦୋଳ ବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ପନ୍ଦାରୀ ଏବଂ ବଳା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । pic.twitter.com/T1cHDnkWxM
— Shree Jagannatha Temple Office, Puri (@SJTA_Puri) May 7, 2023
ଏହାସହ ପଇବିନ୍ଧ କାର୍ଯ୍ୟ ଚାଲିଛି ଏବଂ ଅନ୍ୟ ଚକ ପାଇଁ ତୁମ୍ବରେ ସିଙ୍ଗଡ଼ା ବାଡିଆ ଶେଷ ହୋଇଛି । ସେହିପରି ମା'ଶୁଭଦ୍ରାଙ୍କର ରଥର ୪ଟି ନାହାକା ଚକରୁ ୨ଟି ନାହକ ଚକ ନିର୍ମାଣ କର୍ଯ୍ୟ ଶେଷ ହୋଇଛି । ସେହିପରି ନନ୍ଦିଘୋଷ ରଥର ୨ଟି ନାହାକ ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ନେଇ ସୂଚନା ରହିଛି ।

ସେହିପରି ଚକର ଠେକ ତୁଲିଆ ବା ତୁମ୍ବର ଅଖ ବିନ୍ଧ ଖୋଳା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ସେପଟେ ଯନ୍ତାଗାଡ଼ାରେ ତିନି ରଥର ଆଉ ଗୋଟିଏ ଚକ ପାଇଁ ତୁମ୍ବରେ ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଭୋଇ ସେବକମାନେ ଜାରି ରହିଛନ୍ତି ।

୩ରଥରେ ପଡି ନାହାରା ଚକର ତୁମ୍ବରେ ଲଗିବା ପାଇଁ ପନ୍ଦାରି ଓ ବଳା ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି । ଆଜି ୧୮୪ ଜଣ ସେବକ ରଥ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।













Click it and Unblock the Notifications