ଘୋଷଯାତ୍ରା ଲାଗି ରଥ ଖଳାରେ ଚାଲିଛି ରଥ ନିର୍ମାଣ କାମ
ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ଖଳାରେ ଚାଲିଛି ରଥ ନିର୍ମାଣ କାମ । ଏବେ ତିନିରଥର ଚକ ନିର୍ମାଣ ସହ ଭୂଇଁ ଚଉତା, ଖମ୍ୱୀ ଏବଂ ନିରାଡ଼ି କାଠର ଚଉପଟ କାର୍ଯ୍ୟ ଜାରି । ତାଳଧ୍ଵଜ ରଥର ୯ଟି ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଆଉ ଦୁଇଟି ଚକ ନିର୍ମାଣ ରହିଛି ।

ଏଥିସହ ତାଳଧ୍ଵଜ ରଥର ଭୂଇଁ ନିର୍ମାଣ ପାଇଁ କମ୍ବି, ଚଉତା ଓ ବିରାଡ଼ି କାଠର ଚାଲିଛି ଚଉପଟ କାମ । ଆସନ୍ତା ଶୀତଳ ଷଷ୍ଠୀ ଦିନ ସମସ୍ତ ଚକ ପ୍ରସ୍ତୁତ ହୋଇ ଥାକ କରାଯିବାର ଲକ୍ଷ୍ୟ ରହିଛି । ଦର୍ପ ଦଳନ ରଥର ୮ଟି ଚକ ନିର୍ମାଣ ସରିଥିବା ବେଳେ ଦୁଇଟି ଚକ ନିର୍ମାଣ କାର୍ଯ୍ୟ ଚାଲିଛି । ସେହିପରି ନନ୍ଦିଘୋଷ ରଥର ୧୬ଟି ଚକରୁ ୯ ଟି ଚକ ନିର୍ମାଣ ଶେଷ ହୋଇଛି ।












Click it and Unblock the Notifications