ଚଳଚଞ୍ଚଳ ରଥଖଳା,ଉଠିଲା ତିନିରଥର ଚାରିନାହାକା
ଜୋର୍ସୋର ଆଗେଇ ଚାଲିଛି ବିଶ୍ବ ନିଅନ୍ତାଙ୍କ ରଥ ନିର୍ମାଣ। ସ୍ନାନ ପୂର୍ଣ୍ଣିମା ୪ ଦିନ ପୂର୍ବରୁ ଉଠିଲା ଚାରିନାହାକ। ମୁଖ୍ୟ ବିଶ୍ବକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବାୟତମାନେ ତିନି ରଥର ଚାରିନାହାକ ଉପରକୁ ଉଠାଇଛନ୍ତି। ଏହା ପରେ ପରମ୍ପରା ଅନୁଯାୟୀ ରଥ ଉପରେ ରହି ତୃତୀୟ ହରି ବୋଲ ପକାଇଛନ୍ତି। ପରେ ରଥର ଉପରି ଅଂଶ କାମ ଆରମ୍ଭ ହେବ ବୋଲି ଜଣାପଡିଛି।

ତିନିରଥର ଚାରି ନାହାକା ଉଠିବା ସହଜ ହେବାପାଇଁ ଆଜି ଭୋଇ ସେବକ ମାନେ ପୋଲା ଗୟଳ ଉପରେ ଭାରା ବାନ୍ଧି ଫାଳୀ ବଟନ କାଠ ପକାଇଛନ୍ତି। ତିନିରଥ ର ଗାରେଡ଼ି ଏବଂ ଅଁଳା ନିର୍ମାଣ ପାଇଁ ରଥ ଅମୀନ ତିନି ରଥ ଚାଳିକୁ ୪ ଗୋଟି ଲେଖାଏଁ ୬ ଫୁଟ ଲମ୍ବ କାଠ ଭୋଇ ସେବକଙ୍କ ସହାୟତାରେ ଯୋଗାଇଥିଲେ l ଯାହାକି ତିନିରଥ ମହାରଣା ସେବକ ମାନେ ତାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।ସେପଟେ ରୂପକାର ସେବକ ମାନେ ତିନିରଥର ନାଟ ଗୋଡ଼ରେ ରହୁରୁପ ବା ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିଛନ୍ତି।












Click it and Unblock the Notifications