ରାଜ୍ୟରେ 'ଚାରିଧାମ' କ୍ରେଜ: ୧୫ ଦିନ ମଧ୍ୟରେ ୧୦ କୋଟି ପାଖାପାଖି ଆୟ
ଓଡ଼ିଆ ସୁପରଷ୍ଟାର୍ ଅନୁଭବ ମହାନ୍ତିଙ୍କ 'ଚାରିଧାମ' ସିନେମା । ଯାହା ବର୍ତ୍ତମାନ ଦୁଇ ସପ୍ତାହ ପୂରଣ କରିଛି । ଫିଲ୍ମ ନେଇ ଲୋକଙ୍କ କ୍ରେଜ ଦିନକୁ ଦିନ ବଢିବା ସହ କଲେକ୍ସନ ମଧ୍ୟ ବଢୁଛି । ନିର୍ମାତା ଫିଲ୍ମର କଲେକ୍ସନ ନେଇ ଅପଡେଟ୍ ସେୟାର କରିଛନ୍ତି । ରିଲିଜର ଦୁଇ ସପ୍ତାହ ମଧ୍ୟରେ 10 କୋଟି ପାଖାପାଖି ଆୟ କରି ଫିଲ୍ମ ନୂଆ ରେକର୍ଡ ସୃଷ୍ଟି କରିଥିବା ପ୍ରକାଶ କରିଛନ୍ତି । ତେବେ 'ବୋଉ ବୁଟୁ ଭୂତ' ପରେ 'ଚାରିଧାମ' ଦ୍ୱିତୀୟ ସର୍ବାଧିକ ଆୟକାରୀ ଓଡ଼ିଆ ଫିଲ୍ମ ହୋଇଛି ।
'ଚାରିଧାମ' ବକ୍ସ ଅଫିସ କଲେକ୍ସନ
ନିର୍ମାତା ଇନଷ୍ଟାଗ୍ରାମରେ ସେୟାର କରିଥିବା ପୋଷ୍ଟ ଅନୁଯାୟୀ, 'ଚାରିଧାମ' ରିଲିଜର ଦୁଇ ସପ୍ତାହ ପୂରଣ କରିଛି । ଫିଲ୍ମ ଦୁଇ ସପ୍ତାହରେ ମୋଟ 9.59 କୋଟିରୁ ଅଧିକ ଆୟ କରିଛି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ଯେତେବେଳେ ଭାବନା ଭକ୍ତି ସହ ମିଶିଯାଏ ସେତେବେଳେ ରେକର୍ଡ ଭାଙ୍ଗିବା ପାଇଁ ଉଦ୍ଦିଷ୍ଟ ହୋଇଥାଏ । ସାରା ଦେଶରେ 'ଚାରିଧାମ' 9.59 କୋଟି ପାର୍ କରିଛି । ଏହି ଯାତ୍ରାକୁ ଅବିସ୍ମରଣୀୟ କରିବା ପାଇଁ ଦର୍ଶକଙ୍କୁ ଧନ୍ୟବାଦ ।'' କହିରଖୁଛୁ କି, ପ୍ରଥମ ଦିନରେ ଏହି ଫିଲ୍ମ 61.21 ଲକ୍ଷ, ଦ୍ୱିତୀୟ ଦିନ 76.39 ଲକ୍ଷ ଓ ତୃତୀୟ ଦିନ 89.56 ଲକ୍ଷ ଆୟ କରିଥିଲା । ପ୍ରଥମ ସପ୍ତାହରେ 6 କୋଟିରୁ ଅଧିକ (6.38)କୋଟି ଆୟ କରିଥିଲା ।

'ଚାରିଧାମ' ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମକୁ ନିର୍ଦ୍ଦେଶକ ତାପସ ସରଗରିଆ ନିର୍ଦ୍ଦେଶନା ଦେଇଛନ୍ତି । ହିମାଦ୍ରି ତନୟା ଦାସ ଏହାକୁ ପ୍ରଯୋଜନା କରିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ଅନୁଭବ ନଜର ଆସିବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ଅନୁରାଧା ପାଣିଗ୍ରାହୀ ନଜର ଆସିବେ । ଅନୁଭବ ଓ ଅନୁରାଧାଙ୍କ ସମେତ ଏହି ଫିଲ୍ମରେ ସୁକାନ୍ତ ରାଧା, ଅଶୋକ ଦାସ, ମମତା ତ୍ରିପାଠୀ, ପ୍ରଦ୍ୟୁମନା ଲେଙ୍କା, ଆଶିଷ (ଗୁଲୁଆ), ସୁଜିତ ପାଇକରାୟ, ଶକ୍ତି ବାରଲା ଏବଂ କାଳିଆ ଷଣ୍ଢ ନଜର ଆସିଛନ୍ତି । ଏଥିସହ କ୍ୟାମେରା କୁଇନ ପ୍ରଡକ୍ସନ ବ୍ୟାନରରେ ଏହି ଚଳଚିତ୍ରଟି ପ୍ରସ୍ତୁତ ହୋଇଥିବା ବେଳେ ପ୍ରଯୋଜନା କରିଛନ୍ତି ହିମାଦ୍ରୀ ତନୟା ଦାସ । ବାପା ମା'ଙ୍କ ପ୍ରତି ଥିବା ପିଲାଙ୍କର ଭଲପାଇବା କର୍ତ୍ତବ୍ୟ ସହ ବାପା ମାଆ କିଭଳି ଆମ ପାଇଁ ଚଳନ୍ତି ଦେବତା ସାଜିଥାନ୍ତି, ତାଙ୍କ ପରାମର୍ଶ ଆମକୁ କ'ଣ ଶିକ୍ଷା ଦିଏ ଆଉ ତାଙ୍କ ସ୍ନେହ ପ୍ରେମ ଭଲପାଇବା କେଉଁ ସ୍ତରକୁ ମଣିଷକୁ ନେଇ ଯାଏ ଜୀବନ ବାସ୍ତବତାର ସେହି ସବୁ ସ୍ତର ଏଥିରେ ଦେଖିବାକୁ ମିଳିଛି ।












Click it and Unblock the Notifications