ସାରଥୀଙ୍କ ବିରୋଧରେ ଦାଖଲ ହେଲା ଚାର୍ଜଫ୍ରେମ୍
ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର ଏସ୍ସି/ଏସ୍ଟି ଅଦାଲତ ଚାର୍ଜଫ୍ରେମ କରିଛନ୍ତି। ଓଡ଼ିଶା କ୍ରାଇମବ୍ରାଞ୍ଚରେ ରୁଜୁ ମାମଲାରେ ଏହି ଚାର୍ଜଫ୍ରେମ ହୋଇଛି। ସ୍ବତନ୍ତ୍ର କୋର୍ଟରେ ଚାର୍ଜଫ୍ରେମ ସମୟରେ ସାରଥି ଆଭାସି ମାଧ୍ୟମରେ ଉପସ୍ଥିତ ଥିଲେ। ଏହାପରେ ଆଗକୁ ସାରଥିଙ୍କ ବିରୋଧରେ ରୁଜୁ ମାମଲାର ଶୁଣାଣି ଚାଲିବ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଜାନୁଆରୀ ୧୬କୁ ଧାର୍ଯ୍ୟ କରାଯାଇଛି।













Click it and Unblock the Notifications