କଟକ ଜେଏମ୍ଏଫ୍ସି କୋର୍ଟରେ ହାଜର ପରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ
କଟକ: ଅନୁଭବ -ବର୍ଷା ବିବାଦ ମାମଲାରେ ଆଜି କଟକ ଜେଏମ୍ଏଫ୍ସି କୋର୍ଟରେ ଅନୁଭବ ମହାନ୍ତି ହାଜର ପରେ ଚାର୍ଜଫ୍ରେମ କରାଯାଇଛି । ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍ ଦାଖଲ ହୋଇଛି । ବର୍ଷାଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ପୂର୍ବରୁ ମାମଲା ରୁଜୁ ହୋଇଥିଲା ।
ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ ହୋଇଛି । ପୁରୀ ଘାଟ ଥାନା ମାମଲାରେ ଚାର୍ଜଫ୍ରେମ ହୋଇଥିବା ସୂଚନା ରହିଛି । ବର୍ଷା ପ୍ରିୟଦର୍ଶୀନିଙ୍କ ଏତଲା ଆଧାରରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା । ଘରୋଇ ହିଂସାକୁ ନେଇ ଅନୁଭବଙ୍କ ନାଁରେ ଜାମିନ ବିହୀନ ପରୱାନା(ଏନ୍ବିଡବ୍ଲ୍ୟୁ)ଜାରି କରିଥିଲେ ଜେଏମ୍ଏଫ୍ସି କୋର୍ଟ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅନୁଭବ ଏବଂ ତାଙ୍କ ଦୁଇ ସହଯୋଗୀ କୋର୍ଟରେ ହାଜର ହୋଇଛନ୍ତି । ଚାର୍ଜଫ୍ରେମ୍ ଲାଗି ହାଜର ହେଉ ନ ଥିଲେ ଅନୁଭବ । ଯେଉଁଥିପାଇଁ ଏନ୍ବିଡବ୍ଲ୍ୟୁ ଜାରି ହୋଇଥିଲା ।












Click it and Unblock the Notifications