ଆଜିଠାରୁ ପୁଣି ଆରମ୍ଭ ହେଲା ଚାରଧାମ ଯାତ୍ରା

ଚାରଧାମ ଯାତ୍ରା କରିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଉତ୍ତରାଖଣ୍ଡ ଚାରଧାମ ଯାତ୍ରା ଅସ୍ଥାୟୀ ଭାବେ ବନ୍ଦ ଥିଲା, ତାହା ପୁଣିଥରେ ଆଜିଠାରୁ ଆରମ୍ଭ ହେବ । ଯାତ୍ରା ଆରମ୍ଭ ହେବା ପରେ ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଏବଂ ଖୁସି ଦେଖିବାକୁ ମିଳିଛି । ଲଗାତାର ପାଣିପାଗ ଖରାପ ହେବା କାରଣରୁ ୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାରଧାମ ଯାତ୍ରାକୁ ରୋକି ଦିଆଯାଇଥିଲା । ଯାହା ପୁଣି ଆଜିଠାରୁ ଆରମ୍ଭ ହୋଇଛି । ଯାତ୍ରା ପାଇଁ ରେଜିଷ୍ଟ୍ରେସନ ମଧ୍ୟ ଆରମ୍ଭ ହୋଇଛି ।

ରିଷିକେଶରେ ୨୦୦ରୁ ଅଧିକ ଯାତ୍ରୀ ଚାରଧାମ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି । ପ୍ରଶାସନ ଯାତ୍ରା ପୁଣିଥରେ ଖୋଲିବାକୁ ନିର୍ଦ୍ଦେଶ ଦେବା ପରେ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଚାରଧାମ ଯାତ୍ରା ପାଇଁ ରିଷିକେଶରେ ଶ୍ରଦ୍ଧାଳୁ ଅଟକି ରହିଥିଲେ । ଆଉ ପୁଣିଥରେ ଯାତ୍ରା ଆରମ୍ଭ ହେବା ଖବର ଶୁଣିବା ପରେ ଶ୍ରଦ୍ଧାଳୁ ଖୁସି ହୋଇଛନ୍ତି । ଯାତ୍ରୀ ପୁଣିଥରେ ବାବାଙ୍କ ଦର୍ଶନ କରିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ସେହିପରି ନୂଆ ଯାତ୍ରୀ ରେଜିଷ୍ଟ୍ରେସନ ଆରମ୍ଭ କରିଛନ୍ତି ।

Char Dham Yatra begins again from today

ବିଭିନ୍ନ ରାଜ୍ୟରୁ ଆସିଥିବା ୨୦୦ରୁ ଅଧିକ ଶ୍ରଦ୍ଧାଳୁ ଚାରଧାମ ଯାତ୍ରା ପାଇଁ ଗତ ୫ ଦିନ ହେଲାଣି ଅପେକ୍ଷା କରିଥିଲେ । ୬ ସେପ୍ଟେମ୍ବରରେ ପ୍ରଶାସନ ଅନୁମତି ଦେବା ପରେ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ ଲଗାତାର ପ୍ରବଳ ବର୍ଷା ଏବଂ ଖରାପ ପାଣିପାଗ ଯୋଗୁଁ ସେପ୍ଟେମ୍ବର ୧ରୁ ଚାରଧାମ ଯାତ୍ରା ଏବଂ ହେମକୁଣ୍ଡ ସାହିତ ଯାତ୍ରା ୫ ସେପ୍ଟେମ୍ବର ଯାଏଁ ସ୍ଥଗିତ ରଖାଯାଇଥିଲା । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସଚିବ ବିନୟ ଶଙ୍କର ପାଣ୍ଡେ ଏବଂ ଗଡ଼ୱାଲ ଡିଭିଜନର କମିଶନର ସୂଚନା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+