ଆଇଏଏସ୍ ସ୍ତରରେ ଅଦଳ ବଦଳ; ପାରୁଲ ପଟାୱାରି ହେଲେ OSEPAର ପ୍ରକଳ୍ପ ନିର୍ଦ୍ଦେଶକ, ସମର୍ଥ ବର୍ମାଙ୍କୁ ଅତିରିକ୍ତ ଦାୟିତ୍ବ
ରାଜ୍ୟରେ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି । ସମର୍ଥ ବର୍ମାଙ୍କୁ ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ବିନୀତ ଭରଦ୍ୱାଜ ହେଲେ ପଞ୍ଚାୟତିରାଜ ନିର୍ଦ୍ଦେଶକ। ପାରୁଲ ପଟାୱାରି ହେଲେ OSEPAର ପ୍ରକଳ୍ପ ନିର୍ଦ୍ଦେଶକ। ଶୁଭଙ୍କର ମହାପାତ୍ରଙ୍କୁ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଭାବେ ନିଯୁକ୍ତି।
ସେହିପରି ,କଟକ ଏବଂ ଜଗତସିଂହପୁର ପାଇଁ ନୂଆ ଜିଲ୍ଲାପାଳ ନିଯୁକ୍ତି ହୋଇଛନ୍ତି । IAS ଅରିନ୍ଦମ ଡାକୁଆଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ହୋଇଛନ୍ତି । ସେହିପରି IAS ଅନୁପମ ଶାହା ହେଲେ ଜଗତସିଂହପୁରର ନୂଆ ଜିଲ୍ଲାପାଳ ହୋଇଛନ୍ତି । ପୂର୍ବରୁ କଟକ, ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିଲେ ECI ।
ନିର୍ବାଚନ କମିଶନଙ୍କ ଆଦେଶ ପରେ IPS ସ୍ତରରେ ଅଦଳ ବଦଳ । ସଂଜୟ କୌଶଲ ହେଲେ କେନ୍ଦ୍ରାଞ୍ଚଳ ଆଇଜି । ଆଶିଷ ସିଂହଙ୍କ ଜାଗାରେ ନିଯୁକ୍ତି ପାଇଲେ କୌଶଲ ।

କିଛି ଦିନ ପୂର୍ବେ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି 2004 ବ୍ୟାଚ୍ ଆଇପିଏସ୍ ଆଶୀଷ କୁମାର ସିଂଙ୍କ ସମେତ କଟକ ଡିସିପି କନୱର ବିଶାଳ ସିଂ, ରାଉରକେଲା ପୋଲିସ ଏସପି ମିତ୍ରଭାନୁ ମହାପାତ୍ର, ଖୋର୍ଦ୍ଧା ଏସପି ଯୁଗଳ କିଶୋର ବାନୋଥ, ବ୍ରହ୍ମପୁର ପୁଲିସ ଏସପି ସର୍ଭଣା ବିବେକ ଏମ୍ , ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ବଦଳି କରାଯାଇଥିଲା ।
ଏହି ଆଇପିଏସଙ୍କ ବ୍ୟତୀତ କଟକ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜ ଏବଂ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରିଙ୍କୁ ମଧ୍ୟ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ସେମାନଙ୍କ ବିଶ୍ୱସନୀୟତା ଉପରେ ସନ୍ଦେହ ବ୍ୟକ୍ତ କରି ନିର୍ବାଚନ କମିଶନ ସେମାନଙ୍କୁ ତତ୍କାଳ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ବିରତ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ । ଏବେ ସେହି ସବୁ ପଦବୀରେ ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି ।












Click it and Unblock the Notifications