ଚାନ୍ଦିପୁରରେ ମାଛ ଧରିବା ବେଳେ ଅଘଟଣ, ଗୁଳି ମାଡ଼ରେ ମତ୍ସ୍ୟଜୀବୀ ମୃତ
ଚାନ୍ଦିପୁରରେ ମାଛ ଧରିବା ବେଳେ ଅଘଟଣ, ଗୁଳି ମାଡ଼ରେ ମତ୍ସ୍ୟଜୀବୀ ମୃତ
ଚାନ୍ଦିପୁର: ଚାନ୍ଦିପୁରରେ ମାଛ ଧରିବା ବେଳେ ଅଘଟଣ । ସମୁଦ୍ର ଭିତରେ ମାଛ ଧରୁଥିବା ସମୟରେ ଗୁଳି ବାଜି ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ମୃତକ ହେଲେ କମଳାକାନ୍ତ ମାଝୀ ଓ ଗୁରୁତର ଆହତ ପଦ୍ମଲୋଚନ ମଳିକ । ଗୁଳି ବାଜିବା ପରେ ତୁରନ୍ତ କମଳାକାନ୍ତଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆହତ ପଦ୍ମଲୋଚନଙ୍କର ଚିକିତ୍ସା ଜାରି ରହିଛି । ତେବେ ପ୍ରତିରକ୍ଷା ବିଭାଗ ତରଫରୁ ଗୁଳାମାଡ଼ ଯୋଗୁ ଦୁର୍ଘଟଣା ଘଟିଥିବା ନେଇ ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ ଆଜି ୭ ମତ୍ସ୍ୟଜୀବୀ ଭୁଟୁଭୁଟିରେ ଭୁଲରେ ରେଞ୍ଜ ଭିତରକୁ ମାଛ ଧରିବାକୁ ଚାଲିଯାଇଥିଲେ । ପରୀକ୍ଷଣ ବେଳେ ଭୁଟୁଭୁଟି ମାଲିକ କମଳାକାନ୍ତଙ୍କ ଛାତିରେ ଗୁଳି ବାଜିବା କରାଣରୁ ମୃତ୍ୟୁ ହୋଇଛି । ଭୁଟୁଭୁଟିରେ ଥିବା ଅନ୍ୟ ୫ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି । ୨ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଘଟଣା ସ୍ଥଳରେ ପୋଲିସ ପହଁଚି ମୃତ ଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ସହ ସାଥିରେ ଥିବା ଅନ୍ୟ ମତ୍ସ୍ୟଜୀବୀଙ୍କୁ ପଚରାଉଚରା କରୁଛି ।












Click it and Unblock the Notifications