ଚାନ୍ଦବାଲି ଲଜ୍ଜା: କଡ଼ା ଆକ୍ସନ୍ ହେବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି ଦେଇଛନ୍ତି l ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଏହି ଘଟଣାରେ କଡ଼ା ଆକ୍ସନ ନିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଏହା ଏକ ଲଜ୍ଜାଜନକ ଘଟଣା।ଦୋଷୀ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି ମାମଲାରେ ତ୍ୱରିତ ବେଗରେ ଦୋଷୀକୁ ଗିରଫ କରୁଛି ପୋଲିସ। ଏଭଳି ଘଟଣା ସମାଜରେ ଆଉ ନ ହେଉ। କେବଳ ସରକାରର ନୁହେଁ ସମାଜର ବି ଦାୟିତ୍ୱ ଅଛି। ମହିଳା କମିଶନର ସଦସ୍ୟା ନ୍ୟାୟିକ ତଦନ୍ତ କରିବେ ବୋଲି ସେ ଘୋଷଣା କରିଛନ୍ତି।
ସେପଟେ ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି। ସକାଳ ୬ରୁ ଦିନ ୧୨ଟା ଯାଏ ଚାନ୍ଦବାଲି ବ୍ଲକରେ ବନ୍ଦ ଡାକରାଦିଆଯାଇଛି ସ୍ଥାନୀୟ ବିଜେଡି ବିଧାୟକ ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି।

prabhati parida

ସୂଚନା ମୁତାବକ, ଚାନ୍ଦବାଲି ଏନଏସି ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି l ସ୍ଥାନୀୟ ନାବାଳିକା ଜଣକ ଟ୍ୟୁସନ ଆସି ଆଉ ଘରକୁ ଫେରି ନ ଥିଲେ l ପରିବାର ଲୋକେ ବହୁ ଖୋଜାଖୋଜି ପରେ ଝିଅକୁ ପାଇ ନ ଥିଲେ l ନାବାଳିକାର ମୃତଦେହ ସେଠାରେ ପଡ଼ିଥିବା ପ୍ରଚାର ହେବା ପରେ ଘଟଣାସ୍ଥଳରେ ହଜାର ହଜାର ଲୋକଙ୍କ ଭିଡ ଜମା ହୋଇଥିବାବେଳେ ଚାନ୍ଦବାଲି ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଚାନ୍ଦବାଲି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା l ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ମୁତୟନ କରାଯାଇଛି l
ଉତ୍ତ୍ୟକ୍ତ ଲୋକେ ପ୍ରଥମେ ବାଲିଗାଁଠାରେ ରାସ୍ତା ଅବରୋଧ କରିଥିଲେ l ପରେ ଚାନ୍ଦବାଲି ବଜାରରେ ପହଞ୍ଚି ଟାୟାର ଜାଳି ରାସ୍ତାରୋକୋ କରିଥିଲେ l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+