ବାବା ଚଣ୍ଡନେଶ୍ଵରଙ୍କ ପୀଠରେ ଅଘଟଣ, ଚାଲିଗଲା ମହିଳା ଭକ୍ତଙ୍କ ଜୀବନ
ବାବା ଚନ୍ଦନେଶ୍ଵରଙ୍କ ପୀଠରେ ଅଘଟଣ । ବାଲେଶ୍ୱର ଚନ୍ଦନେଶ୍ୱର ଚଡ଼କ ଯାତ୍ରାରେ ଜଣେ ମହିଳା ଉପବିତଧାରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଶ୍ରଦ୍ଧାଳୁ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ମହିଳାଙ୍କ ବୟସ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ଘର ପଶ୍ଚିମବଙ୍ଗ । ଆଜି ସକାଳୁ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ସେଠାରେ ନିୟୋଜିତ ଥିବା ସ୍ୱାସ୍ଥ୍ୟକର୍ମୀ ତାଙ୍କୁ ଚିକିତ୍ସା କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ଡାକ୍ତର କହିବ ଅନୁଯାୟୀ ଅଣ ନିଶ୍ୱାସି ହେବାରୁ ମହିଳାଙ୍କ ମୃତ୍ୟୁ ହୋଇଛି ।

ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଚିକିତ୍ସା କରାଯାଉଛି । ତେବେ ଚନ୍ଦନେଶ୍ୱର ମହାଦେବଙ୍କ ଚଡ଼କ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଆଜି ବାବାଙ୍କ ଶେଷ ଅର୍ଘ୍ୟ ତଥା ପାଟ ପର୍ବ ।
ସୁଚନା ଯୋଗ୍ୟ ଯେ, ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ଚଡକ ମେଳାରେ ଆଜି ଶେଷ ଅର୍ଘ୍ୟ ପ୍ରଦାନ କରାଯିବ। ଏଥିସହ ଶେଷ ହେବ ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକଯାତ୍ରା। ଆଜି ଅନୁଷ୍ଠିତ ହେବ ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ପାଟ ପର୍ବ।
ପଇତାଧାରୀମାନେ ଦୂର ଦୂରାନ୍ତରୁ ଆସି ବାବାଙ୍କ ପୀଠରେ ଭିଡ଼ ଜମାଇଛନ୍ତି। ମାନସିକଧାରୀମାନେ ବାବାଙ୍କ ପୀଠରେ ପହଞ୍ଚି ଅର୍ଘ୍ୟ ପଇତା ପକାଇ ବ୍ରତାଚାରୀ ହୋଇଥାନ୍ତି। ବାବାଙ୍କ ଅର୍ଯ୍ୟ ପାଇଲା ପରେ ସେମାନେ ହବିଷାନ୍ନ ଖାଇଥାନ୍ତି। ଗତକାଲି ଅନୁଷ୍ଠିତ ହୋଇଥିଲା ନୀଳପର୍ବ। ମନ୍ଦିର ବେଢା ଭିତରେ ଥିବା ନୀଳ ପୋଖରୀରେ ଅନୁଷ୍ଠିତ ହୋଇଥିଲା ଏହି ପର୍ବ। ଆଜି କିନ୍ତୁ ଏଥର ଭକ୍ତଙ୍କ ଭିଡ଼ରେ ଜଣେ ମହିଳା ଭକ୍ତଙ୍କ ମୃତ୍ୟୁ ହୋଇଛି ।












Click it and Unblock the Notifications