ଏଥର ବିନା ଭକ୍ତରେ ହେବ ବାବା ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା
ବିନା ଭକ୍ତରେ ହେବ ବାବା ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା । କୋଭିଡ କଟକଣା ଅନୁଯାୟୀ ଭିତର ବେଢାରେ ହେବ ଚାପ ଖେଳ ।
ଭଦ୍ରକ: ବିନା ଭକ୍ତରେ ହେବ ବାବା ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା । କୋଭିଡ କଟକଣା ଅନୁଯାୟୀ ଭିତର ବେଢାରେ ହେବ ଚାପ ଖେଳ । ଆସନ୍ତା ଅକ୍ଷୟତୃତୀୟା ଠାରୁ ଆରମ୍ଭ ହେବ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା । ୨୧ ଦିନ ଧରି ଚାଲିବାକୁ ଥିବା ଏହି ଚନ୍ଦନଯାତ୍ରା କରୋନା କଟକଣା ମଧ୍ୟରେ ସମ୍ପନ୍ନ ହେବ ।

ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଶିବଗଙ୍ଗା ପୁଷ୍କରିଣୀରେ ଚାପନୀତି କରାନଯାଇ ମନ୍ଦିର ଭିତର ବେଢାରେ ସୀମିତ ସେବାୟତରେ ସମ୍ପନ୍ନ ହେବ ସବୁ ନୀତିକାନ୍ତି । ଏନେଇ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ଗାଇଡଲାଇନ ଜାରି କରିଛନ୍ତି ।
ଚନ୍ଦନଯାତ୍ରା ପ୍ରାରମ୍ଭରୁ ପ୍ରତିଦିନ ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ଜଳାଭିଷେକ, ଘର୍ଷଣଲାଗି, ପହଡଖିଆନୀତି, ବଡ ଅନ୍ନନୀତିଭୋଗ ଲାଗି ହେବା ପରେ ମଣିବାବାଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଭିତର ବେଢାର ଯଜ୍ଞମଣ୍ଡପକୁ ବିଜେ କରାଯିବ । ପରେ ରୀତିନୀତି ଅନୁଯାୟୀ ଚାପନୀତି କରାଯିବ ବୋଲି ସ୍ଥିର ହୋଇଛି ।












Click it and Unblock the Notifications