ରାଜ୍ୟରେ ୨୫ ଯାଏ ବର୍ଷା ସମ୍ଭାବନା; କାଲିଠୁ ପୁଣି ବଢ଼ିବ ବର୍ଷାର ପରିମାଣ

ରାଜ୍ୟରେ ୨୫ ଯାଏ ବର୍ଷା ସମ୍ଭାବନା । କାଲିଠୁ ପୁଣି ବଢ଼ିବ ବର୍ଷାର ପରିମାଣ । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ତେଲଙ୍ଗାନା ପର୍ଯ୍ୟନ୍ତ ବ୍ୟାପିଥିବା ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ମାରିଥିଲା । ଆଜି ବାଲେଶ୍ବର ଓ ମୟୂରଭଞ୍ଜର କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ବିଜୁଳି ଓ ଘଡ଼ଘଡ଼ି ପାଇଁ ବାଲେଶ୍ବର ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Chance of rain

ସେହିପରି ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ସହ ୧୧ ଜିଲ୍ଲାରେ ହାଲୁକାକୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦କିମି ବେଗରେ ପବନ ପାଇଁ ୩ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ହାଲୁକା ବର୍ଷା ଫଳରେ କମିଛି ସର୍ବନିମ୍ନ ତାପମାତ୍ରା । ଆଗାମୀ ୪ରୁ ୫ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+