ବର୍ଷା ସମ୍ଭାବନା, ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବା ନେଇ ଆକଳନ
ଆସନ୍ତା ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । କାଳବୈଶାଖୀ ପ୍ରଭାବରେ ୧୫ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।
୧୬ ତାରିଖରେ ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ଝଡ଼ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଆଗକୁ ବର୍ଷା ଥିବାରୁ ଆସନ୍ତା ୪ ଦିନ ରାଜ୍ୟରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
୧୭ ଓ ୧୮ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଶନିବାର ୩ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ୪୦.୨, ଟିଟିଲାଗଡ଼ରେ ୪୦ ଓ ସମ୍ବଲପୁରରେ ୪୦ ଡିଗ୍ରୀ ରେକର୍ଡ ହୋଇଛି।

More From
-
ସୋର ବିଧାୟକ ମାଧବ ଧଡାଙ୍କ ସହ କଥା ହେଲେ ନବୀନ -
ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ -
LPG ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୮ ହଜାର କିଲୋଲିଟର କିରୋସିନ୍ -
ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅପେକ୍ଷାରେ ୬ ଲକ୍ଷ ବ୍ୟକ୍ତି -
୨ବର୍ଷରେ ୧୯ ହଜାର ଲୋକ ଛାଡ଼ିଲେଣି ନିଶା, ମନ୍ତ୍ରୀ -
ଆଗକୁ ଆଗରୁ ବଢ଼ିବ ଗ୍ରୀଷ୍ମ ପ୍ରବାହ, ଏବେଠୁ ୪୦ ପାର ପାରଦ -
ରାଜ୍ୟସଭା ନିର୍ବାଚନ; ବିଜେଡି ବିଧାୟକଙ୍କୁ ନବୀନଙ୍କ ତାଗିଦ, ଆଜି ଓ ଆସନ୍ତାକାଲି ନବୀନ ନିବାସରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ପୁଣି ଖସିଲା ସୁନା-ରୂପା ରେଟ୍ -
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ -
ନବୀନ ଘୋଡ଼ା ବେପାରରେ ମାହିର;ପ୍ରତାପ ଶଡଙ୍ଗୀ -
ଦେଶ୍ୟାବ୍ୟାପି ଅତ୍ୟାବଶ୍ୟକୀୟ ସେବା ଲାଗି ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କଲେ ସରକାର












Click it and Unblock the Notifications