ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା: ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ

ରାଜ୍ୟରେ ବର୍ଷା ଲାଗି ରହିଛି । ଅଧିକାଂଶ ସ୍ଥାନରେ ସ୍ୱାଭାବିକ ପରିମାଣର ବର୍ଷା ହୋଇଛି । ୭ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । କିନ୍ତୁ ୪ଟି ଜିଲ୍ଲାରେ ବର୍ଷା ଏବେ ବି ନିଅଣ୍ଟିଆ ରହିଛି । ପୁରୀ, ଗଞ୍ଜାମ, ଗଜପତି ଓ କଳାହାଣ୍ଡିରେ ନିଅଣ୍ଟିଆ ବର୍ଷା ହୋଇଛି। ପୁରୀରେ ୩୪%, ଗଞ୍ଜାମରେ ୨୪%, କଳାହାଣ୍ଡିରେ ୨୦% ଓ ଗଜପତିରେ ୩% ନିଅଣ୍ଟିଆ ବର୍ଷା ହୋଇଛି ।

୭ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ମୟୂରଭଞ୍ଜ ଓ କେନ୍ଦୁଝରରେ ୪୯% ବର୍ଷା ହୋଇଥିବା ବେଳେ ଦେବଗଡ଼ରେ ୪୮%, ବୌଦ୍ଧରେ ୩୮%, ଝାରସୁଗୁଡ଼ା ଓ ସୋନପୁରରେ ୩୧%, ସମ୍ବଲପୁରରେ ୨୪% ବର୍ଷା ହୋଇଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

Chance of rain at various places in the state

ଗୁରୁବାର ୩ଟି ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ସେହିଭଳି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦ କିମି ବେଗରେ ପବନ ବୋହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବୁଧବାର ଭଦ୍ରକରେ ସର୍ବାଧିକ ୪୩ମିମି ବର୍ଷା ହୋଇଛି । ଚାନ୍ଦବାଲିରେ ୨୪.୪ମିମି, ଯାଜପୁରରେ ୨୫, କେନ୍ଦୁଝରରେ ୮.୮, କେନ୍ଦ୍ରାପଡ଼ାରେ ୬ମିମି ଓ ବାରିପଦାରେ ୫.୮ ମିମି ବର୍ଷା ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+