Chakra Bisoyi, Independence Day 2024: ଘୁମୁସରର ପାଇକ ପୁଅ ଚକରା ବିଷୋୟୀ
Freedom Fighter Chakra Bisoyi Story: ଆଦିବାସୀଙ୍କୁ ନିଜ ଅସ୍ତ୍ର ସଜାଇ ଓଡ଼ିଶାରେ ବ୍ରିଟିସ୍ ସରକାରଙ୍କ ବିରୋଧରେ ଦୁଇ ଦଶନ୍ଧି ଧରି ବିଦ୍ରୋହର ବହ୍ନି ଜଳାଇଥିବା ଓଡ଼ିଆ ବୀରପୁତ୍ର ହେଉଛନ୍ତି ଘୁମୁସରର ଚକରା ବିଷୋୟୀ । ଦେଶର ସ୍ବାଧୀନତା ପାଇଁ ତାଙ୍କ ବଳିଦାନ ଓ ସାହସିକ ସଂଗ୍ରାମ ଦେଶଭକ୍ତିର ଏକ ଅମର ଗାଥା ।
ଚକରାଙ୍କର ପିତାଙ୍କ ବିଷୟରେ ବିଭିନ୍ନ ଗବେଶକମାନେ ବିଭିନ୍ନ ମତ ଦେଇଛନ୍ତି । ଗବେଶକ ଅନନ୍ତ ପଦ୍ମନାଭ ପଟ୍ଟନାୟକ ଦୋହରା ବିଷୋୟୀଙ୍କୁ ଚକରାଙ୍କର ପିତା ବୋଲି କହିଥିଲା। ପିଲାଦିନ ସେ ପିଲାଟି ଦିନରୁ ସ୍ୱାଧୀନତା ସଂଗ୍ରାମ ପ୍ରତି ଆକୃଷ୍ଟ ହୋଇଥିଲେ । ଚକରାଙ୍କ ବାଲ୍ୟ ଜୀବନ ନିଘଞ୍ଚ ଅରଣ୍ୟ ଭିତରେ କେତେ ଆଦିବାସୀ ସମ୍ପ୍ରଦାୟର ପିଲାଙ୍କ ମଧ୍ୟରେ କଟିଥିଲା । ଦାଦା ଦୋରା ବିଷୋୟୀଙ୍କ ପାଖରୁ ସେ କୁସ୍ତି, ମଲ୍ଲଯୁଦ୍ଧ, ଗରିଲା ଯୁଦ୍ଧ କୌଶଳ ସମେତ ଖଣ୍ଡା, ତୀର ଓ ବନ୍ଧୁକ ଚାଳନା ଶିଖିଥିଲେ। ଇଂରେଜମାନେ କିପରି ଆମ ଦେଶ ଉପରେ ଅତ୍ୟାଚାର କରୁଛନ୍ତି ସେ ନେଇ ଦୋରା ବିଷୋୟୀ ତାଙ୍କୁ ସଚେତନ କରାଉଥିଲେ। ତେଣୁ ଚରକା ବଡ଼ ହୋଇ ଇଂରେଜଙ୍କୁ ଦେଶରୁ ତଡ଼ିବା ପାଇଁ ପ୍ରତିଜ୍ଞା କରିଥିଲେ । ତାଙ୍କ ପିତାଙ୍କୁ ବ୍ରିଟିସ୍ ସୈନିକମାନେ ହତ୍ୟା କରିବା ପରେ ସେ ମାତ୍ର ତେର ବର୍ଷ ବୟସରେ ବିଦ୍ରୋହୀ ସାଜିଥିଲେ ।

ଚକରା ବିଷୋୟୀ ବ୍ରିଟିଶ ସରକାରଙ୍କ ବିରୋଧରେ ୧୮୪୨ରୁ ୧୮୫୬ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସଂଗ୍ରାମ କରିଥିଲେ ।ତାଙ୍କର ଏହି ସଂଗ୍ରାମ ସମଗ୍ର ଭାରତ ବର୍ଷରେ ବିପ୍ଳବର ବହ୍ନି ଜଳାଇଥିଲା । ଫଳରେ ୧୮୫୭ର ସିପାହୀ ବିଦ୍ରୋହର ସୂତ୍ରପାତ ହେଲା । ଚକରାଙ୍କର ଗରିଲା ଯୁଦ୍ଧରେ ବ୍ରିଟିଶସେନା ସମ୍ମୁଖୀନ ହୋଇନପାରି ତାଙ୍କୁ ସନ୍ଧି କରିବାକୁ ଅନେକ ପ୍ରଲୋଭନ ଦେଖାଇଥିଲା, ମାତ୍ର ସେତେବେଳେ ଚକରା ପ୍ରତ୍ୟୁତ୍ତର ରଖିଥିଲେ, "ମୁଁ ଆଉ କିଛି ଚାହେଁନା, ମୁଁ ଚାହେଁ ମୋର ଜନ୍ମମାଟିର ମୁକ୍ତି ।"
ଚକରାଙ୍କୁ ଧରିବା ପାଇଁ ୧୯୪୮ ମସିହାରେ ଭାରତର ତତ୍କାଳୀନ ବଡ଼ଲାଟ୍ ଡ଼େଲହାଉସୀ ମାନ୍ଦ୍ରାଜ ପ୍ରେସିଡ଼େନ୍ସିକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରତ୍ୟୁତ୍ତରରେ ଇଷ୍ଟଇଣ୍ଡିଆ କମ୍ପାନୀର ବୋର୍ଡ଼ ଅଫ୍ କଣ୍ଟ୍ରୋଲର ପ୍ରେସିଡ଼େଣ୍ଟଙ୍କ ନିକଟକୁ ଏକ ପତ୍ରରେ ଲେଖିଥିଲେ, "ଚକରା ବିଷୋୟୀ ହେଉଛନ୍ତି ଜଣେ ଦୁଃସାହସୀ ବିଦ୍ରୋହୀ । ତାଙ୍କୁ ଧରିବା ପାଇଁ ପର୍ବତ କନ୍ଦରରୁ ଉପତ୍ୟକା ପର୍ଯ୍ୟନ୍ତ ଖୋଜା ଚାଲିଛି । ହେଲେ ତାଙ୍କର ସନ୍ଧାନ ପାଇବା କଷ୍ଟକର ହୋଇପଡ଼ିଛି । ତଥାପି ତାଙ୍କୁ ଓ ତାଙ୍କର ଅନୁଗାମୀମାନଙ୍କୁ ଦିନେ ନା ଦିନେ ଧରାଯିବ ।"
୧୮୫୬ ମସିହାରେ ଚକରା ଅଚାନକ ଅଦୃଶ୍ୟ ହୋଇଯାଇଥିଲେ। ଏହା ପରେ ତାଙ୍କ ଜୀବନ ସମ୍ପର୍କରେ କେହି ଠିକ୍ ଭାବେ ଜାଣି ନାହାନ୍ତି। କେତେକଙ୍କ ମତରେ ସେ ତେଲ ନଦୀ କୂଳରେ ଶେଷ ଜୀବନ ଅତିବାହିତ କରିଥିଲେ। ତେବେ ତାଙ୍କର ଦେହାନ୍ତ କେବେ ହୋଇଥିଲା ତାହା ଏ ପର୍ଯ୍ୟନ୍ତ ଅଜଣା ହୋଇ ରହିଛି।












Click it and Unblock the Notifications