ଛାଡଖାଇ ପାଳୁଛନ୍ତି ରାଜ୍ୟବାସୀ: ଆମିଷ ବଜାରରେ ପ୍ରବଳ ଭିଡ, ଜାଣନ୍ତୁ କାହିଁ କରାଯାଏ ପାଳନ

Chadakhai 2024: ସରିଯାଇଛି କାର୍ତ୍ତିକ ମାସ । ମାସ ଯାକ ନିରାମିଷ ଖାଦ୍ୟ ଖାଇଥାନ୍ତି ଲୋକେ । ପୂର୍ଣ୍ଣିମା ସରିବା ପରେ ଆମିଷ ଖାଇ ଛାଡଖାଇ ପାଳନ କରିଥାନ୍ତି ଲୋକେ । ହେଲେ କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ସଂକ୍ରାନ୍ତି ପଡିଥିବାରୁ ଫିକା ପଡିଯାଇଥିଲା ଛାଡଖାଇ, ହେଲେ ଗୋଟିଏ ଦିନ ପରେ ରବିବାର ପଡୁଥିବାରୁ ଆଜି ଜମିଛି ଛାଡଖାଇ ବଜାର, ସକାଳୁ ସକାଳୁ ଆମିଷ ମାର୍କେଟରେ ନାହିଁ ନଥିବା ଭିଡ଼ ଦେଖିବା ପାଇଁ ମିଳୁଛି । ରବିବାର ଥିବାରୁ ଆମିଷ ପ୍ରେମୀଙ୍କର ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି ।

ଲୋକଙ୍କ ଚାହିଦାକୁ ନଜରରେ ରଖି ବ୍ରଏଲର କୁକୁଡ଼ା, ଖାସିମାଂସ, ମାଛ, ଦେଶୀ କୁକୁଡ଼ା. ଅଣ୍ତା, ଚିଙ୍ଗୁଡି, କଙ୍କଡ଼ା, ଇଲିସି ବଜାରରେ ମିଳୁଛି । ତେବେ ଲୋକଙ୍କ ଭଡ଼କୁ ଦେଖି ଆଜି ସମସ୍ତ ଆମିଷର ରେଟ୍ ମଧ୍ୟ ବଢାଇ ଦେଇଛନ୍ତି ଆମିଷ ବେପାରୀ ।

Chadakhai 2024

କାହିଁକି ପାଳନ କରାଯାଏ ଛାଡ଼ଖାଇ ?

ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି । ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣ କରନ୍ତି ନାହିଁ । ଛାଡ଼ଖାଇ ଶବ୍ଦଟି, 'ଛାଡ଼' ଓ 'ଖାଇ' ଦୁଇଟି ଶବ୍ଦର ସନ୍ଧିରୁ ବିକଶିତ । ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା । ଅର୍ଥାତ, କିଛି ସମୟ ଅନ୍ତରାଳ ପରେ ଖାଇବା । ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଶେଷରେ ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।

କିଛି ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରିବା ପାଇଁ, କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ । ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟ ପାଖକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+