ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରି, ଗୃହରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରି । ୫ ବର୍ଷରେ ରାଜ୍ୟରେ ମୋଟ୍ ୩୦ ଲକ୍ଷ ୮ହଜାର ୩୮୩ ପ୍ରସବ ହୋଇଛି। ସରକାରୀ ହସ୍ପିଟାଲରେ ସର୍ବାଧିକ ୨୩ ଲକ୍ଷ ୬୯ ହଜାରରୁ ଊର୍ଦ୍ଧ୍ଵ ପ୍ରସବ ହୋଇଛି । ସରକାରୀ ହସ୍ପିଟାଲରେ ୧୯ ଲକ୍ଷ ୫୯ ହଜାର ୯୧୮ ନର୍ମାଲ ଡେଲିଭରି । ୪ ଲକ୍ଷ ୯ ହଜାର ୭୧୮ ସିଜେରିଆନ ଡେଲିଭରି ହୋଇଛି। ଘରୋଇ ହସ୍ପିଟାଲରେ ୧ ଲକ୍ଷ ୪୮ ହଜାର ୨୪୨ ନର୍ମାଲ ଡେଲିଭରି। ୪ ଲକ୍ଷ ୯୦ ହଜାର ୫୦୫ ସିଜେରିଆନ ଡେଲିଭରି ହୋଇଛି। ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଲିଖିତ ଉତ୍ତର।













Click it and Unblock the Notifications