ଶିଶୁ ବାଟିକାରେ ନାମ ଲେଖାଯିବା ପାଇଁ ଆଜିଠୁ ଖଡିଛୁଆଁ ଓ ପ୍ରବେଶ ଉତ୍ସବ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ଆଜିଠୁ ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୁଲ୍ୟରେ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯିବ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ବର ବଡ଼ଗଡ଼ ହାଇସ୍କୁଲରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ନବରଙ୍ଗପୁରରେ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମିଲ ହେବେ । ଓଡିଆ ପକ୍ଷ ପାଇଁ ସରକାରଙ୍କ ପକ୍ଷରୁ ୧୪ ଦିନରେ ୧୪ କାର୍ଯ୍ୟକ୍ରମ ରଖାଯାଇଛି।
ଏହି କାର୍ଯ୍ୟକ୍ରମ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ଛୋଟ ପିଲାଙ୍କ ଶୈଶବ ଶିକ୍ଷା ଏହି କାର୍ଯ୍ୟକ୍ରମ ଦ୍ବାରା ସ୍ମରଣୀୟ ହେବ। ପିଲାମାନଙ୍କୁ ସର୍ବୋତ୍ତମ ଏବଂ ଗୁଣାତ୍ମକ ଶିକ୍ଷା ମିଳିବ । ଏଥିପାଇଁ ନୂତନ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ହେବ।
ଶୈଶବ ଶିକ୍ଷା ହେବ ସ୍ମରଣୀୟ। ପିଲାମାନଙ୍କୁ ମିଳିବ ସର୍ବୋତ୍ତମ ଏବଂ ଗୁଣାତ୍ମକ ଶିକ୍ଷା। ଏଥିପାଇଁ ନୂତନ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ହେବ। ନୂଆ କରି ପାଠ ଆରମ୍ଭ କରୁଥିବା ପିଲାମାନଙ୍କ ପାଇଁ ଅପ୍ରେଲ ୨ରେ 'ଶିଶୁ ବାଟିକା' ବ୍ୟବସ୍ଥାର ଶୁଭାରମ୍ଭ ହେଉଛି। ଏଥିସହ 'ପ୍ରବେଶ ଉତ୍ସବ' ଏବଂ 'ଖଡ଼ି ଛୁଆଁ' କାର୍ଯ୍ୟକ୍ରମ ଆୟୋଜିତ ହେଉଛି।… pic.twitter.com/5QOH7k93N2
— Mohan Charan Majhi (@MohanMOdisha) April 1, 2025
ନୂଆ କରି ପାଠ ଆରମ୍ଭ କରୁଥିବା ପିଲାମାନଙ୍କ ପାଇଁ ଅପ୍ରେଲ ୨ରେ 'ଶିଶୁ ବାଟିକା' ବ୍ୟବସ୍ଥାର ଶୁଭାରମ୍ଭ ହେଉଛି। ଏଥିସହ 'ପ୍ରବେଶ ଉତ୍ସବ' ଏବଂ 'ଖଡ଼ି ଛୁଆଁ' କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆସନ୍ତୁ ଏହି କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା। ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା।












Click it and Unblock the Notifications