ଭୁବନେଶ୍ବରରେ ସ୍ଥାପନ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ

ରାଜଧାନୀ ଭୁବନେଶ୍ୱରରେ ସ୍ଥାପନ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର । ଏନେଇ ଭୁବନେଶ୍ୱର ସାଂସଦଙ୍କ ପ୍ରସ୍ତାବରେ ସହମତି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ଶୀଘ୍ର ଏହାର କାମ ଆରମ୍ଭ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସାଂସଦ ଅପରାଜିତା ସୂଚନା ଦେଇଛନ୍ତି।

Centre To Open modern art gallery center In Bhubaneswar Soon

ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ୨୦୨୪ ସେପ୍ଟେମ୍ବର ୧୦ ତାରିଖରେ ବ୍ରାଞ୍ଚ ଅଫ୍ ନାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ ( ଏନଜିଏମଏ ) ଭୁବନେଶ୍ବରରେ ପ୍ରତିଷ୍ଠା କରିବାକୁ କେନ୍ଦ୍ର ନିକଟରେ ପ୍ରଥମେ ପ୍ରସ୍ତାବ ରଖିଥିଲେ । ସେହିପରି ୨୦୨୪ ମସିହା ସେପ୍ଟେମ୍ବର ୨୫ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ଏକ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଏକ ବ୍ରାଞ୍ଚ ସ୍ଥାପନ ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଦାବି ଜଣାଇଥିଲେ ।

ଏହି ମଡର୍ଣ୍ଣ ଆର୍ଟ ଗ୍ୟାଲେରୀରେ ଖଣ୍ଡଗିରି, ଉଦୟଗିରି, ହାତୀ ଗୁମ୍ଫା, ଲିଙ୍ଗରାଜ ମନ୍ଦିର, ପୁରୀର ଶ୍ରୀ ଜଗନ୍ନଥ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର ପରି ସ୍ଥାପତ୍ୟ ସ୍ଥାନ ଦେବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ପୁଣି ଥରେ ରାଜ୍ୟ ସରକାରଙ୍କ ଦାବିକୁ କେନ୍ଦ୍ର ନିକଟରେ ଭୁବନେଶ୍ବର ସାଂସଦ ଦୋହରାଇବା ପରେ ଏ ଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+