ଓଡ଼ିଶାରେ ବଢୁଥିବା ସଂକ୍ରମଣ ନେଇ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

କରୋନା ସଂକ୍ରମଣ ବଢୁଥିବା ନେଇ ରାଜ୍ୟ ସରକାରଙ୍କୁ ସତର୍କ କରିଛି କେନ୍ଦ୍ର । ସପ୍ତାହେ ହେବ ଓଡ଼ିଶାର ୬ ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ କରିଛି ।

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବା ନେଇ ରାଜ୍ୟ ସରକାରଙ୍କୁ ସତର୍କ କରିଛି କେନ୍ଦ୍ର । ସପ୍ତାହେ ହେବ ଓଡ଼ିଶାର ୬ ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ କରିଛି । ଏହି ଜିଲ୍ଲାଗୁଡିକ ହେଉଛି ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ, ବଲାଙ୍ଗୀର ।

coronavirus

ଢେଙ୍କାନାଳ ଗୋଟିଏ ସପ୍ତାହରେ ୬୬୬ ପ୍ରତିଶତ ବୃଦ୍ଧି ପାଇଛି ସଂକ୍ରମଣ । ୨୦ରୁ ୨୬ ତାରିଖ ମଧ୍ୟରେ ମାତ୍ର ୯ ମାମଲା ଚିହ୍ନଟ ହୋଇଥିବା ବେଳେ ଏହାର ପର ସପ୍ତାହରେ ୬୯ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ସପ୍ତାହରେ କନ୍ଧମାଳରେ ୨୫୦ ପ୍ରତିଶତ, ନବରଙ୍ଗପୁରରେ ୧୫୦ ପ୍ରତିଶତ, କେନ୍ଦୁଝରରେ ୧୦୯ ପ୍ରତିଶତ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଯାଇଛି । ତେବେ କରୋନା ଟେଷ୍ଟ ଓ ବଢୁଥିବା ସଂକ୍ରମଣକୁ ଦେଖି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ରାଜ୍ୟରେ ଟେଷ୍ଟିଂ କମିବାକୁ ନେଇ ତାଗିଦ ମଧ୍ୟ କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ନଭେମ୍ବର ୨୬ ସୁଦ୍ଧା ରାଜ୍ୟରେ ପ୍ରତି ସପ୍ତାହରେ ୪ ଲକ୍ଷ ୧ ହଜାର ୧୬୪ ଟେଷ୍ଟ କରାଯାଉଥିଲା। ଏହି ସଂଖ୍ୟା ଡିସେମ୍ବର ୩ ତାରିଖ ସୁଦ୍ଧା କମି ଯାଇଛି। ଗତ ସପ୍ତାହରେ ରାଜ୍ୟରେ ୩ ଲକ୍ଷ ୮୮ ହଜାର ୭୮୮ ଟେଷ୍ଟ ହୋଇଛି। ଖାଲି ସେତିକି ନୁହେଁ, ରାଜ୍ୟରେ ବଢ଼ିଛି କରୋନା ସଂକ୍ରମଣ।

କରୋନାର ନୂଆ ପ୍ରଜାତି ଓମିକ୍ରନକୁ ନେଇ ସରକାର ସଜାଗ ରହିଛନ୍ତି । ବିମାନବନ୍ଦରରେ ଲୋକମାନଙ୍କର ସ୍କ୍ରିନିଂ ଏବଂ ଟେଷ୍ଟିଂ କରାଯାଉଛି । ନେଗେଟିଭ୍ ଆସୁଥିବା ବ୍ୟକ୍ତିମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ କୁହାଯାଇଛି ବୋଲି ଡିଏମଇଟି ରମା ରମଣ ମହାନ୍ତି କହିଛନ୍ତି । ଭୟଭୀତ ନ ହୋଇ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+